ହରଭଙ୍ଗୀ ନଦୀରୁ ମୃତଦେହ ଉଦ୍ଧାର ଘଟଣା ; ମିଳିଲା ମୃତକଙ୍କ ପରିଚୟ

0

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଅଡବା ଥାନା ବାଟାମା ହରଭଙ୍ଗୀ ନଦୀରେ ଡ଼ିସେମ୍ବର ୧୨ରେ ଏକ ଅଜଣା ବୃଦ୍ଧକଙ୍କ ଶବ ନଦୀରୁ ଉଦ୍ଧାର ହୋଇଥିବା ଘଟଣାରେ ମୃତକଙ୍କ ପରିଚୟ ମିଳିଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ଖବର ପାଇ ଅଡବା ଥାନା ଅଧିକାରୀ ମୁକେଶ ଲାକ୍ରା ଘଟଣାସ୍ଥଳରେ ପହଞ୍ଚି ଶବକୁ ପାଣିରୁ ଉଦ୍ଧାର କରି ଚିହ୍ନଟ ପାଇଁ ଗ୍ରାମବାସୀମାନଙ୍କୁ ଜଣାଇଥିଲେ। କିନ୍ତୁ କୌଣସି ପରିଚୟ ମିଳିନଥିବାରୁ ଶବଟିକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିଲା। ଖବର କାଗଜରେ ଉକ୍ତ ଖବର ପ୍ରକାଶନ ପରେ ମୃତକଙ୍କ ପରିବାର ଲୋକ ପଢ଼ି ଜାଣି ପାରି ଅଡ଼ବା ଥାନାରେ ପହଞ୍ଚି ଥାନା ଅଧିକାରୀ ମୁକେଶ ଲାକ୍ରାଙ୍କ ସହ କଥାବାର୍ତ୍ତା ହୋଇ ମୃତକଙ୍କ ଝିଅ ନିବେଦିତା ନାୟକ (୨୭) ଶବ ହସ୍ତାନ୍ତର କରିଥିଲେ। ବାପାର ଲୁଗାପଟା ଓ ଫଟୋ ଚିହ୍ନଟ କରି ଲିଖିତ ଓ ମୌଖିକ ଭାବେ ଥାନାଧିକାରୀଙ୍କୁ ଜଣାଇ ନିଜ ବାପାଙ୍କର ଜବତ କରିବା ସହ ପୁଲିସ୍‍ ଓ ସମ୍ବାଦିକଙ୍କୁ ଖବର ପ୍ରସାରଣ କରିଥିବା ଯୋଗୁଁ ଧନ୍ୟବାଦ ଜଣାଇଥିଲେ। ପ୍ରକାଶ ଥାଉକି ମୃତକ ବନରୋଧ (୬୦)ଙ୍କ ଘର ଅଡ଼ବା ଥାନା ଅନ୍ତର୍ଗତ ଡ଼େଙ୍ଗାସ୍‍ଖାଲ୍‍ ଗ୍ରାମ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି।

Leave A Reply