ଖତ ଖାଉଛି ବିଜୁ ଗାଁ ଗାଡ଼ି, ପ୍ରଶାସନ ନିରବ ଦ୍ରଷ୍ଠା

ମୋହନା: ଗଜପତି ଜିଲ୍ଲାର ମୋହନା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ସମୟରେ ବ୍ଳକର ଅନେକ ଉନ୍ନତି ମୁଳକ କାମର ଭିର୍ତ୍ତି ପସ୍ତ୍ରର ଉନ୍ମୋଚନ କରିଥିଲେ। ଦୁର୍ଗମ ଅଞ୍ଚଳ ଗୁଡିକରେ ବସବାସ କରୁଥିବା ଲୋକଙ୍କର ଗମନାଗମନର ସୁବିଧା ପାଇଁ ଏବଂ ଗାଁ ସହିତ ରାଜ୍ୟ ରାଜପଥ ଓ ସହରକୁ ସଂଯୋଗୀକରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ କରଯାଇଥିଲା। କିନ୍ତୁ ଗାଁରୁ ଜିଲ୍ଲାର ବିଭିନ୍ନ ସହରକୁ ଗାଡିର ସୁବିଧା ନଥିବାରୁ ଲୋକେ ପାଦରେ ଚାଲି ଚାଲି ବ୍ଲକ, ସହରକୁ ସରକାରୀ ଓ ବେସରକାରୀ କାମରେ ସହରକୁ ଆସୁଥିଲେ । କୌଣସି ରୋଗୀକୁ ମେଡ଼ିକାଲ ଆଣିବାକୁ ହେଲେ ଚାଲି ଚାଲି ୬ରୁ ୮କିମି ଆସି ବସରେ ଆସୁଥିଲେ । ତାପରେ ଜିପ ଓ କମାଣ୍ଡର ଗାଡିରେ ଉପର ଛାତରେ ଓ ଭିତରେ ଲୋକେ ବସି ଆସୁଥିଲେ। ଅନେକ ସମୟରେ ଗାଡି ଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାର ନଜିର ମଧ୍ୟ ରହିଛି। ଏସବୁକୁ ଦୃଷ୍ଟିରେ ରଖି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ଯେପରି ଗାଡିର ସୁବିଧା ପାଇବେ ତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ବିଜୁ ବାବୁଙ୍କ ନାମରେ ବିଜୁ ଗାଁ ଗାଡିର ବ୍ୟବସ୍ଥା କରିଥିଲେ। ସେହି ଗାଡି ଗୁଡ଼ିକୁ ମହିଳା ଗ୍ରୁପ ଦ୍ୱାରା ପରିଚାଳିତ ହେଉଥିଲା। ଯାହାଫଳରେ ମହିଳା ଗୋଷ୍ଠୀ ଗୁଡ଼ିକ ମଧ୍ୟ ଦୁଇ ପଇସା ରୋଜଗାର କରି ଲାଭବାନ ହେଉଥିଲେ।

ବସ ଗୁଡ଼ିକ ଭଲରେ ଦୁଇ ବର୍ଷ ରାସ୍ତାରେ ଚଳପ୍ରଚୁଳ ହେଲା। ତାପରେ ଧୀରେ ଧୀରେ ଗାଡି ଗୁଡିକ ବ୍ଲକ ପ୍ରଶାସନର ତଦାରଖ, ଅଵହେଳା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ମୋହନା ବ୍ଲକରେ ଦୁଇଟି ଗାଡି ଦୀର୍ଘ ବର୍ଷ ପଡି ରହି ଖତ ଖାଉଛି। ଗାଡିର ଚତୁଃପାର୍ଶ୍ଗରେ ଗଛ ଉଠିଲାଣି। ଗାଡିରେ କଳଙ୍ଗି ମଧ୍ୟ ଲାଗିଲାଣି। ରା ଉଦୟଗିରିରେ ମଧ୍ୟ ଦୁଇଟି ଗାଡି ରାସ୍ତା କଡେ ପଡି ଖତ ଖାଉଛି। ମୋହନା ବ୍ଲକରେ ଆଉ ଯେଉଁ ଦୁଇଟି ଗାଡି ଗଡୁଛି ତାହାକୁ ମଧ୍ୟ ତିନି ବର୍ଷ ବିତିଲାଣି କିନ୍ତୁ ବସର ମରାମତି ଖର୍ଚ୍ଚ ବହନ କରୁନାହାନ୍ତି ବ୍ଲକ ମଙ୍ଗଳ ଅଧିକାରୀ। ଗାଡି ବୁଝୁଥିବା ମହିଳା ମଣ୍ଡଳ ଏବେ ଋଣ ଗ୍ରସ୍ତ ହୋଇ ଚିନ୍ତାରେ ପଡିଛନ୍ତି।

ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଏ ସଂପର୍କରେ ବାରମ୍ଵାର ବ୍ଲକ ମଙ୍ଗଳ ଅଧିକାରୀ ରଞ୍ଜନ ଜେନାଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉନାହାନ୍ତି। ଯାହା ଦ୍ୱାରା ବିଜୁ ବାବୁଙ୍କ ସ୍ୱପ୍ନକୁ ମାଟିରେ ମିଶେଇ ସାରିଲେଣି ବ୍ଲକ ପ୍ରଶାସନ। ଏ ସଂପର୍କରେ ଡବ୍ଲ୍ୟୁଓ ରଞ୍ଜନ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି ଦଶହରା ପରେ ପୁଣି ବିଜୁ ଗାଁ ଗାଡି ଗୁଡିକୁ ମରାମତି କରି ପୁନଃକ୍ଷମ କରାଯିବ। ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ଅବହେଳା କାରୀଙ୍କ ବିରୋଧର ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯେପରି ଦୁର୍ଗମ ଅଞ୍ଚଳରେ ପୁଣି ଥରେ ଗାଡି ଗଡିବ ସେଥିପ୍ରତି ନଜର ଦେବାକୁ ଦୁର୍ଗମ ଅଞ୍ଚଳବାସୀ ପ୍ରଶାସନକୁ ନିବେଦନ କରିଛନ୍ତି।

Comments are closed.