ଅଦିନିଆ ବର୍ଷାରେ ଚାଷ ଜମିରେ ଆଣ୍ଠୁଏ ପାଣି ; ଫସଲ ନଷ୍ଟ

ମୋହନା : ଗଜପତି ଜିଲ୍ଲାରେ କିଛି ଦିନ ତଳେ ଗୁଲାପ ବାତ୍ୟା ଓ ବର୍ଷାର ପ୍ରଭାବରେ ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ପଵନରେ ମକା ଫସଲ ଓ ମାଣ୍ଡିଆ ଫସଲ ନଷ୍ଟ ହୋଇଥିଲା । ଏହି ବର୍ଷ ବର୍ଷାଋତୁରେ କମ ପରିମାଣରେ ବର୍ଷା ହୋଇଥିବାରୁ ଚାଷୀ ଅଳ୍ପ ପରିମାଣରେ ଧାନ ଚାଷ କରିଥିଲେ । ହେଲେ ଅଦିନିଆ ବର୍ଷାରେ ସେ ସବୁ ମଧ୍ୟ ଧୋଇ ହୋଇଯାଇଛି। ଏହି ଅଦିନିଆ ବର୍ଷା ମୋହନା ବ୍ଲକର ମାଣ୍ଡିମେରା ଅଞ୍ଚଳରେ ଗତ ବୁଧବାର ଦିନ ରାତି ପ୍ରାୟ ୧୨ଟାରୁ ସକାଳ ପ୍ରାୟ ୪ଟା ପର୍ଯ୍ୟନ୍ତ ଲଗାଣ ବର୍ଷା ହେବା ଫଳରେ ପାହାଡ଼ ଓ ରାସ୍ତାର ବର୍ଷା ପାଣି ଆସି ଚାଷ ଜମିରେ ମାଡି ଯାଇଛି ।

ଅନେକ ସ୍ଥାନରେ ବିଲ ମାନଙ୍କରେ ଆଣ୍ଠୁଏ ପାଣି ରହିଥିବା ଦେଖିବାକୁ ମିଳିଛି । ଏହା ଦେଖି ଚାଷୀ ଏବେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି । ଚାଷୀ ଋଣଭାର କରି ବିହନ ଓ ପିଡ଼ିଆ ଆଣି ଚାଷ କରିଥିଲେ ସବୁ ଧାନ ଗଛ ନଷ୍ଟ ହୋଇଯାଇଛି କିପରି ପରିବାର ଚଳାଇବ ଏବଂ ଋଣ ଭାର ଶୁଝିବ ତାହାକୁ ନେଇ ସେ ହତାସ ହୋଇ ପଡିଛି।

Comments are closed.