ବଜ୍ରାଘାତରେ ଦୁଇ ମହିଳା ଗୁରୁତର

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ପଞ୍ଚାୟତ ଅଧିନ ବାଲିବାଡ଼ ଗ୍ରାମରେ ମଙ୍ଗଳବାର ଦିନ ସକାଳ ୯ଟା ବେଳେ ନିଜ ଗ୍ରାମରେ ଥିବା ଚାଷ ଜମିକୁ ଦୁଇ ମହିଳା  ଖତ ନେଇ ଯାଇଥିଲେ। ଅଚାନକ ଜମିରେ ବଜ୍ରପାତ ହୋଇଥିଲା । ଯାହାଫଳରେ ଚାଷ ଜମିରେ ଦୁଇ ମହିଳା ପଡ଼ି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରୁ ପରିବାର ଲୋକେ ଦୁଇ ମହିଳାଙ୍କୁ ଉଦ୍ଧାର କରି ବୋଲେରୋ ଗାଡି ଭଡା କରି ମୋହନା ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ। ଦୁଇ ମହିଳା ହେଲେ ଲାଇନି ଭୁୟାଁ (୨୬) ଓ କେସିନି ଭୂୟାଁ (୨୮) । ଲାଭନିଙ୍କର ବାମ ହାତ ଓ ଗୋଡ଼ ଅଚଳ ହୋଇ ପଡିଥିବା ବେଳେ କେସିନୀଙ୍କର ବାମ ହାତ କାମ କରୁନଥିବା କହିଛନ୍ତି ଡାକ୍ତର । ଉଭୟ ମହିଳାଙ୍କର ଚିକିତ୍ସା ଚାଲୁ ରହିଥିବା ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି  ।

Comments are closed.