ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ଫେରାଇଲେ ଥାନା ଅଧିକାରୀ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଦୁପଙ୍କା ଗ୍ରାମ ନିକଟସ୍ଥ ବୁଲାଣିରେ ବାଇକର ଭାରସାମ୍ୟ ରକ୍ଷା କରିନପାରି ରାସ୍ତା କଡ଼କୁ ଛିଟିକି ପଡିଥିଲେ ଜଣେ ଯୁବକ । ଯାହାଫଳରେ ବାଇକ ଚାଳକଙ୍କ ଆଖି ପାଖରେ ଆଘାତ ଲାଗିଥିଲା । ଖବର ପାଇ ତାଙ୍କୁ ମୋହନା ଥାନା ଏସ ଆଇ ସ୍ୱରବ କିଷାନ ,ଏଏସଆଇ ପୀତବାସ ଶତପଥୀ ଓ କର୍ମଚାରୀ ଘଟଣାସ୍ଥଳରୁ ଆହତ ବ୍ୟକ୍ତିଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳରେ ପଡିଥିବା ବ୍ୟାଗ ଯାଞ୍ଚ କରିବା ବେଳେ ସେଥିରୁ ଦୁଇଟି ମୋବାଇଲ ଓ ଏକ ଲକ୍ଷ ଟଙ୍କା ଉଦ୍ଧାର କରିଥିଲେ । ଆହତ ବ୍ୟକ୍ତିଙ୍କ ଭାଇଙ୍କୁ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ଉପସ୍ଥିତିରେ ମୋବାଇଲ ଓ ଟଙ୍କା ଫେରସ୍ତ କରାଯାଇଥିଲା। ସୂଚନାଯୋଗ୍ୟ ରାୟଗଡା ଜିଲ୍ଲା ରାମନାଗୁଡା ଗ୍ରାମରୁ ନିଜ ସାଙ୍ଗ ମାନଙ୍କ ସହ ବ୍ରହ୍ମପୁରକୁ ମୋବାଇଲ ଓ ସାମଗ୍ରୀ ଦୋକାନ ପାଇଁ କିଣିବା ସକାଶେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।ଆହତ ବ୍ୟକ୍ତିଙ୍କ ପରିବାର ଲୋକେ ଟଙ୍କା ଓ ସେବା ପାଇ ମୋହନା ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.