ମୋହନା ବିଧାୟକଙ୍କ ଶୋଭାଯାତ୍ରା

ମୋହନା: ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ ବୁଧବାର ନିଜ ବିଜୟ ଶୋଭାଯାତ୍ରାରେ ବାହାରି ପ୍ରଥମେ ଲୁହାଗୁଡିରେ ପଦଯାତ୍ରା କରି ଶୁଭେଚ୍ଛୁମାନଙ୍କୁ ବଧେଇ ଜଣାଇଥିଲେ। ତାପରେ ଏକ ବିରାଟ ଶୋଭାଯାତ୍ରା ମୋହନା ହିଲଟପ୍‍ କଲେଜଠାରୁ ବାହାରି ମୁଖ୍ୟ ସଡକ ଦେଇ ହାଇସ୍କୁଲ ଛକଠାରେ ପହଞ୍ଚି ଥିଲା ।ସହ ସହ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇ ବାଣ ପଟୁଆର, ଆଦିବାସୀ ନୃତ୍ୟୁ ଓ ଡିଜେ ବଜାଇ ତାଙ୍କୁ ପରିକ୍ରମା କରାଇଥିଲେ। ସେ ଚାନ୍ଦିପୁଟ, ଚନ୍ଦ୍ରଗିରି ଦେଇ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଳକରେ ବିଜୟ ଶୋଭାଯାତ୍ରା କରିଛନ୍ତି।

ଏହି ଶୋଭାଯାତ୍ରାରେ କଂଗ୍ରେସର ବରିଷ୍ଠ କର୍ମୀ ରମାକାନ୍ତ ମଳିକ, ବାଳକୃଷ୍ଣ ମଳୀକ, କୋରା ପାଉଲ, ନିର୍ମଲ ପାଲ, ବୃନ୍ଦାବନ ସାମନ୍ତରା, ମଧୁମାଝୀ, ହାଡିବନ୍ଧୁ ନାୟକ, ନେପୋଲିୟନ ନାୟକ, ଲାଜାର ଗମାଙ୍ଗ, ସନିଆ ଶବର ଆଦି ବହୁ କର୍ମୀ ବିଧାୟକ ଦାଶରଥୀଙ୍କ ଶୋଭାଯାତ୍ରାରେ ସାମିଲ ଥିଲେ।

Comments are closed.