ଯୀଶ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ପାଳିତ

0

ମୋହନା : ଗଜପତି ଜିଲ୍ଲା ମୋହନା ସ୍ଥିତ ସେଣ୍ଟ ପିଟର ଚର୍ଚ୍ଚରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ଧୁମ୍‍ଧାମରେ ପାଳିତ ହୋଇଯାଇଛି। ଗତକାଲି ମଧ୍ୟରାତ୍ରିରେ ଚର୍ଚ୍ଚ ପରିସରରେ ଅଞ୍ଚଳର ହଜାର ହଜାର ଖ୍ରୀଷ୍ଟଧର୍ମାବଲମ୍ବୀ ଯୋଗଦେଇ ଯୀଶୁ ଜନ୍ମ ଉତ୍ସବକୁ ମହାଆଡମ୍ବରରରେ ପାଳନ କରିଥିଲେ। ମଙ୍ଗଳବାର ଗୋପାଳପୁର ଭାଇସ ରେକ୍ଟର ଫା. ଦୁଷ୍ମନ୍ତ ମାଳବିଷୋୟୀ ଓ ଉପଯାଜକ ଫା.ପୁର୍ଣ୍ଣଚନ୍ଦ୍ର ନାୟକ ଯୋଗ ଦେଇ ଦିବ୍ୟଯଜ୍ଞରେ ପୌରହିତ କରିବା ସହ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସମସ୍ତଙ୍କ ମଧ୍ୟରେ ଭାତୃଭାବ ଶାନ୍ତି, ମୈତ୍ରୀ ଓ ସମଭାବନା ପାଇଁ ଆହ୍ୱାନ ଦିଆଯାଇଛି। ସନ୍ଧ୍ୟାରେ ଯୀଶୁ ଖ୍ରୀଷ୍ଟଙ୍କ ସାହି ପରିକ୍ରମା କରାଯାଇଥିବା ବେଳେ ଲୋକେ ଭକ୍ତ ଓ ଶ୍ରଦ୍ଧାର ସହ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି। ସେହିପରି ଚାନ୍ଦିପୁଟ, ଚୁଡଙ୍ଗପୁର, ଅନ୍ତରବା, ଆଲିଗଣ୍ଡା, ଅଡବା, କେଚାପଙ୍କା, ଖଣି, ଦନ୍ତାରିନାଳ, ଲିଲିଗଡ, ଦମାଦୁଆ, ଗୁଲୁବା, ବିରିକୋଟ ଆଦି ଅଞ୍ଚଳରେ ମଧ୍ୟ ମହାଆଡମ୍ବରରେ ଆଲୋକ ସାଜସଜ୍ଜା ସହିତ ନୃତ୍ୟ ଗୀତର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏନଏସଏସ ଯୋଜନା ଅଧିକାରୀ ବରିଷ୍ଠ ଅଧ୍ୟାପକ ଅନ୍ତର୍ଯ୍ୟାମୀ ଗୌଡ ପରିଚାଳନା କରିଥିଲେ।

Leave A Reply