ହିଲଟପ କଲେଜରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

0

ମୋହନା : ସ୍ଥାନୀୟ ହିଲଟପ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଯୁକ୍ତ ୨ ଅଧ୍ୟକ୍ଷ ସିମାଞ୍ଚଳ ସାହୁଙ୍କ ସଭାପତିତ୍ୱରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ୨ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଅନ୍ତର୍ଯ୍ୟାମୀ ଗୌଡଙ୍କ ନେତୃତ୍ୱରେ ଜାତୀୟ ସେବା ଯୋଜନାରେ ଭାଗ ନେଇଥିବା ଶିକ୍ଷାର୍ଥୀମାନଙ୍କୁ ନେଇ ଉଭୟ ମହାପୁରୁଷଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯିବା ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀମାନେ ମହାବିଦ୍ୟାଳୟର ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ରୋପଣ କରାଯାଇଥିବା ବୃକ୍ଷ ଗୁଡିକର ରକ୍ଷଣାବେକ୍ଷଣ କରିଥିଲେ। ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave A Reply