କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

0

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତର ରୁମେଶ ଅଂଚଳରୁ ଅଡବା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଜଣାପଡିଛି। ପ୍ରାୟ ୮ କୋଟି ୮୦ ଲକ୍ଷ ଟଙ୍କାର ୮୮ ହଜାର ଗଞ୍ଜେଇ ଗଛକୁ କଟର ମିସିନ ସାହାର୍ଯ୍ୟରେ କାଟି ପୋଡି ନଷ୍ଟ କରାଯାଇଥିବା ଅଡବା ଆଇଆଇସି ମୁକେଶ ଲାକ୍ରା ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଗଜପତି ଅରକ୍ଷୀ ଅଧ୍ୟକ୍ଷକ ଅମୁଲ୍ୟ କୁମାର ଦାସଙ୍କ ନିର୍ଦେଶ କ୍ରମେ ଅଡବା ଥାନା ଆଇଆଇସି ଶ୍ରୀ ଲାକ୍ରା ମୋହନା ଏସଆଇ ପିଙ୍କି ମୁର୍ମୁ, ବିରିକୋଟ ରାଜସ୍ୱ ନିରୀକ୍ଷକ ଏସିଓ ଗମାଙ୍ଗ ଓ କର୍ମଚାରୀଙ୍କ ସମେତ ଅବକାରୀ ବିଭାଗ ଏସଆଇ ପଦ୍ମଚରଣ ସାହୁ ଓ କର୍ମଚାରୀମାନେ ମିଳିତଭାବେ ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ ଜଙ୍ଗଲ ଜମିରେ ବେଆଇନଭାବେ ଲଗାଯାଇଥିବା ୪୪ ଏକର ପରିମିତ ଜଙ୍ଗଲ ଜମିରେ ଗଞ୍ଜେଇ ଗଛ ଗୁଡିକୁ କାଟି ପୋଡି ନଷ୍ଟ କରିଥିଲେ। ମୋହନା ବିଡିଓ ବଂଶିଧର ଖୋସଲା ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ରହିଥିଲେ। ଆଗକୁ ଅଡବା ଅଞ୍ଚଳରୁ ବେଆଇନଭାବେ ଚାଷ କରାଯାଉଥିବା ଗଞ୍ଜେଇ ଗଛ ନଷ୍ଟ ଅଭିଯାନ ଚାଲୁ ରହିବ ବୋଲି ଆଇଆଇସି ଲାକ୍ରା କହିଛନ୍ତି।

Comments
Loading...