ମୋହନାରେ ମହା ଆଡମ୍ବରରେ ମାଆଙ୍କ ଅଷ୍ଟମୀ ପୂଜା ପାଳିତ

0

ମୋହନା :ମୋହନା ବ୍ଳକର ଚାନ୍ଦିପୁଟ, ଚନ୍ଦ୍ରଗିରି, ଅଡବା ଓ ମୋହନାଠାରେ ଦୂର୍ଗାପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ତିତିଲି ପ୍ରଭାବରେ ମୋହନା ଓ ବିଭିନ୍ନ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଞ୍ଚଳବାସୀ ଦୂର୍ଗାପୂଜା ଅବସରରେ ମାଆଙ୍କ ରୀତିନୀତି, ପରମ୍ପରା ଅନୁସାରେ ଷଷ୍ଠୀ ଠାରୁ ଗ୍ରାମର ଦେବାଦେବୀଙ୍କୁ ପୂଜାଅର୍ଚ୍ଚନା କରି ମାଆଙ୍କୁ ଆହ୍ୱାନ କରି କରିଥିଲେ। ସେହିପରି ବୁଧବାର ମହାଷ୍ଟମୀରେ ମୋହନା ପାଣ୍ଡା ଛକ ଓ ବିଦ୍ୟୁତ ବିଭାଗ ପରିସରରେ ମାଆଙ୍କ ଦର୍ଶନପାଇଁ ସାଜସଜ୍ଜା ମେଢରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୂଷ୍ଠିତ ହେଉଥିବା ଜଣାପଡିଛି।

Leave A Reply