ମେଡିକାଲ ପିଜି ଡିପ୍ଲୋମା ପାଠ୍ୟକ୍ରମ ନାମଲେଖାରେ ବିଳମ୍ବ

0

ମୋହନା : ଓଡିଶାର ଗ୍ରାମାଞ୍ଚଳ ଡାକ୍ତର ଖାନାରେ ସହ ସହ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ଓଡିଶା ସରକାର ଚଳିତ ବର୍ଷ ୨ ବର୍ଷିୟା ପିଜି ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ଆରମ୍ଭ କରିଥିଲେ। ଏଥିପାଇଁ ଆବଶ୍ୟକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସମସ୍ତ ନଥିପତ୍ର ମଧ୍ୟ ଯାଞ୍ଚ୍ କରାଯାଇଥିଲା। ଆବେଦନରେ କୃତକାର୍ଯ୍ୟ ହେବାପାଇଁ ୨୦୧୭-୧୮ ନେସନାଲ ଇଲିଜିବିିଟି ଏନଟ୍ରାନ୍ସ ଟେଷ୍ଟ (ନିଟ୍‍) ପିଜି ମେଡିକାଲ ପରୀକ୍ଷା ଦେଇଥିବା ପାର୍ଥୀ ଓ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ନିୟମିତ ଚାକିରି କରିଥିବା ଡାକ୍ତର (ଅତି କମରେ ୫ ବର୍ଷ ପାଇଁ) କୃତକାର୍ଯ୍ୟ ପାର୍ଥୀଭାବେ ସେମାନଙ୍କୁ ନିଆଯାଇଥିଲା। କିନ୍ତୁ ଚଳିତ ବର୍ଷ ଜୁନ ମାସର ୨୫ ତିରଖରେ ଆବଶ୍ୟକୀୟ ସାର୍ଟିଫିକେଟ ଯାଞ୍ଚ୍ ମଧ୍ୟ କରାଯାଇଥିଲା। ମାତ୍ର ଯୋଗ୍ୟ ତାଲିକା ପ୍ରକାଶ ପାଇବା ପୂର୍ବରୁ କିଛି ଅକୃତକାର୍ଯ୍ୟ ପାର୍ଥୀ ନିଜର ସ୍ୱାର୍ଥ ପାଇଁ ଓଡିଶା ହାଇକୋର୍ଟର ଦ୍ବାରସ୍ଥ ହୋଇ କେସ୍ ଦାୟର କରି ପାଠ୍ୟକ୍ରମର ପ୍ରକିୟାକୁ ବନ୍ଦ କରିଦେଇଛନ୍ତି। କିଛି ମୃଷ୍ଟିମେୟ ସରକାରୀ କର୍ମଚାରୀ ମାନଙ୍କର ଉଦାଶିନତା ତଥା ହାଇକୋର୍ଟର ବିଳମ୍ବତା କାରଣରୁ କୃତି ଡାକ୍ତର ମାନଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁନେଇ ଡାକ୍ତରଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି। ଏହା ମଧ୍ୟରେ ଦୀର୍ଘ ୩ ମାସ ବିତିଯାଇଥିଲେ ସେମାନେ ନିଯୁକ୍ତି ପ୍ରକିୟା ତ୍ୱରାନିତ ନହେବା ଓ କୌଣସି ସନ୍ତୋଷ ଜନକ ଉତ୍ତର ସରକାରଙ୍କଠାରୁ ନଆସିବାରୁ ଭବିଷ୍ୟତରେ ଏହାର ସ୍ଥାୟୀତ୍ୱ ନେଇ ବୁଦ୍ଧିଜୀବି ମହଲରେ ରାଜ୍ୟ ସରକାରଙ୍କ ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି। ପ୍ରକାଶ ଥାଉକି ରାଜ୍ୟରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବକୁ ପୁରଣ କରିବା ଦିଗରେ ସରକାରଙ୍କ ଏହି ପଦକ୍ଷେପ କଛପ ଗତିରେ ଯାଉଥିବାର ଦେଖାଦେଇଥିବା ବେଳେ ତୁରନ୍ତ ଆଡଭୋକେଟ ଜେନେରାଲ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଉଚ୍ଚ ନ୍ୟାଳୟରେ ରହିଥିବା କେସଟିକୁ ଉଠାଇ ଦେଇ ପୁନଶ୍ଚ ନିଯୁକ୍ତି ପ୍ରକିୟା ଚାଲୁ କରିବା ସହିତ ଉପଯୁକ୍ତ ଡାକ୍ତରମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଡାକ୍ତର ଓ ବୁଦ୍ଧିଜୀବି ମହଲରୁ ଦାବି ହୋଇଛି।

Leave A Reply