ମୋହନା ଓ ଚନ୍ଦ୍ରଗିରିରେ ରଥଯାତ୍ରା ଅନୁଷ୍ଠିତ

ମୋହନା: ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଦୀର୍ଘ ୨ବର୍ଷ ହେଲା ଭକ୍ତ ଓ ଭଗବାନଙ୍କର ମିଳନ କରୋନା କଟକଣା ପାଇଁ ବନ୍ଦ ରହିଥିଲା। ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ରଥଯାତ୍ରା ଦେଖିବା ପାଇଁ ଆଖପାଖ ଗ୍ରାମରୁ ଶହ ଶହ ଲୋକ ମୋହନା ଓ ଚନ୍ଦ୍ରଗିରିରେ ରୁଣ୍ଡ ହୋଇଥିଲେ। ଶ୍ରୀଜଗନ୍ନାଥଙ୍କ ନୀତି କାନ୍ତି ପୂଜା ଅର୍ଚ୍ଚନା ସରିବା ପରେ ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର ସାହି ପରିକ୍ରମା କରିଥିଲେ। ପଟୁଆର, ବାଘ ନାଚ, ସଂକୀର୍ତ୍ତନ ଓ ନୃତ୍ୟ ସହ ଗ୍ରାମ ମୁଖିଆ ଆସି ଛେରାପହଁରା କରିଥିଲେ। ଏହାପରେ ଅପରାହ୍ନ ପ୍ରାୟ ୬ଟାରେ ଭକ୍ତମାନଙ୍କ ଦ୍ବାରା ରଥଟଣା ଯାଇଥିଲା। ସ୍ଥାନୀୟ ଥାନା ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇ ଶାନ୍ତି ଶୁଙ୍ଖଳା ରକ୍ଷା କରାଯାଇଥିଲା। ସେହିପରି ଚନ୍ଦ୍ରଗିରିରେ ମଧ୍ୟ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Comments are closed.