ପଥଚାରୀଙ୍କୁ ଧକ୍କା ଦେବା ପରେ କାର୍‌କୁ ରାସ୍ତାକଡରେ ରଖି ଚମ୍ପଟ ମାରିଲା ଚାଳକ

ମୋହନା -ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କାମିଲିଗୁଡା ଛକ ନିକଟରେ ଜଣେ ପଥଚାରୀଙ୍କୁ ଧକ୍କା ଦେଇ କାର୍‌ ଚାଳକ ଚମ୍ପଟ ମାରିଛି । ଦୁର୍ଘଟଣାପରେ କାର୍‌କୁ ରାସ୍ତା କଡରେ ରଖି ଚାଳକ କେଉଁ ଆଡେ ଚାଲିଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କୁସୁମପୁରର ପ୍ରଦୀପ ଚାଲି ଚାଲି ଯାଉଥିବା ବେଳେ ଗୋଟିଏ କାର୍‌ ଧକ୍କା ଦେଇ ସେଠାରୁ ଚାଲିଯାଇଥିଲା ।

ରକ୍ତାକ୍ତ ଅବସ୍ଥାରେ ସେ ପଡିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜ୍‌କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌କୁ ଜବତ କରିବା ସହ ଏହାର ତଦନ୍ତ କରୁଛି ।

Comments are closed.