ମୋହନା ଓକିଲ ସଂଘ ନିର୍ବାଚନ: ଶେଷ ଦିନରେ ୫ ପ୍ରାର୍ଥୀପତ୍ର ଦାଖଲ

ମୋହନା : ୨୦୨୧-୨୨ ମସିହା ପାଇଁ ହେବାକୁ ଥିବା ନିର୍ବାଚନର ଶେଷ ଦିନରେ ୫ ଜଣ ମୋହନା ଓକିଲ ସଂଘର କର୍ମକର୍ତ୍ତା ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ସଭାପତି ପଦ ପାଇଁ ସୀମାଞ୍ଚଳ କାର୍ୟୀ ଓ ରବିନ୍ଦ୍ର କୁମାର ନାୟକ, ସମ୍ପାଦକ ପଦ ପାଇଁ ସୁଶାନ୍ତ କୁମାର ମଲ୍ଲିକ, ଉପସଭାପତି ପଦ୍ମନାଭପତି ଓ ଯୁଗ୍ମ ସଂପାଦକ ପାଇଁ ପ୍ରଭାତ ଚାନ୍ଦ ପାଇକ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ କୋଷାଧ୍ୟକ୍ଷ ପଦବୀ ପାଇଁ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବା ନିର୍ବାଚନ ଅଧିକାରୀ ମଧୁସୂଦନ ପାଢୀ ସୂଚନା ଦେଇଛନ୍ତି।

Comments are closed.