ବରିଷ୍ଠ କଂଗ୍ରେସ କର୍ମୀ ଅଭିମନ୍ୟୁ ଗୌଡ଼ଙ୍କ ପରଲୋକ

ମୋହନା : ଗଜପତି ଜିଲା ରା.ଉଦୟଗିରି ଅଞ୍ଚଳର ବରିଷ୍ଠ କଂଗ୍ରେସ କର୍ମୀ ଅଭିମନ୍ୟୁ ଗୌଡ଼ଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି ।  ହୃଦଘାତ ଜନିତ ସମସ୍ୟା ହେତୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସେ ପିଲା ଦିନରୁ ହିଁ କଂଗ୍ରେସ ପ୍ରେମୀ ଥିଲେ । ଯେତେବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା ସେ କଂଗ୍ରେସ ଦଳରେ ଜଣେ ଉତ୍ସରଗିକୃତ କର୍ମୀ ଭାବେ ଯୋଗ ଦେଇଥିଲେ ।  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟନାୟକ ଓ ହଳଧର କାର୍ଜିଙ୍କ ସମୟରୁ ହିଁ ସେ ବେସ ଜଣା ଶୁଣା ଥିଲେ ଏବଂ ବହୁବାର ସେମାନଙ୍କ ଠାରୁ ଜଣେ ଦକ୍ଷ ସଙ୍ଗଠକ ଓ ବରିଷ୍ଠ କର୍ମୀ ଭାବେ ସମ୍ମାନିତ ହୋଇଥିଲେ । ବହୁବାର ରା.ଉଦୟଗିରି ବ୍ଲକରେ ସେ ଦଳର ସଭାପତି ଦାୟିତ୍ୱ ଭାର ବହନ କରିଥିଲେ । ତଙ୍କ ବିୟୋଗରେ  ଦଳୀୟ କର୍ମି ମାନେ ଶୋକ ପ୍ରକାଶ କରିବା ସହ ଜଣେ ଦକ୍ଷ କର୍ମି ଓ ଦଳର ବ୍ଲକ ସଭାପତିଙ୍କୁ ହରାଇଛୁ ବୋଲି କହିଛନ୍ତି । ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ଓ ଜିଲା ପରିଷଦ ଜାକବ ମାଝି ମଧ୍ୟ ଶୋକ ପ୍ରକାଶ କରିଛନ୍ତି  ।

Comments are closed.