ଆଦିବାସୀ ଦମ୍ପତିଙ୍କୁ ଗଳାକାଟି ହତ୍ୟା ଘଟଣା : ୨ ଗିରଫ

ମୋହନା : ମୋହନା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ମାତ୍ର ୧୨ ଘଣ୍ଟା ମଧ୍ୟରେ ୨ ହତ୍ୟା କାରିଙ୍କୁ ଗିରଫ କରିବାରେ ମୋହନା ପୁଲିସ ସଫଳ ହୋଇଛି। ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କର୍ଚ୍ଚବାଡି ଅଧିନ ଗପଟିମା ନିକଟସ୍ଥ ଜଙ୍ଗଲରେ ଗୁଣିଗାରେଡି ସନ୍ଦେହରେ ଦୁଇ ଆଦିବାସୀ ଦମ୍ପତିଙ୍କୁ କୌଣସି ଦୁବୃର୍ତ ଗଳାକାଟି ନିର୍ମମଭାବେ ହତ୍ୟା କରିଥିବା ଘଟଣାରେ ଉକ୍ତ ଗ୍ରାମର ୨ ଯୁବକଙ୍କୁ ପୁଲିସ ଗିରଫ କରିଛି।  ଗିରଫ ହୋଇଥିବା ଦୁଇ ଯୁହକ ହେଲେ ପଟର ମଳିକ (୪୫) ଓ ସବିତା ମଳିକ (୩୫) ।

ସୂଚନା ଅନୁଯାୟୀ,  ଉଭୟ ଦମ୍ପତି ସବୁଦିନ ଭଳି ଗ୍ରାମ ନିକଟରେ ରହିଥିବା ନିଜ ବଗଡକୁ ତେନ୍ତୁଳି ସଂଗ୍ରହ କରିବାକୁ ଉଭୟ ଦମ୍ପତି ଯାଇଥିଲେ। ସକାଳ ପ୍ରାୟ ୧୦ଟା ସମୟରେ ଉଭୟ ଦମ୍ପତି ଉକ୍ତ ସ୍ଥାନରେ ପହଞ୍ଚିବା ସମୟରେ ଆଗରୁ ଯୋଜନା ବଦ୍ଧ ଭାବେ ଜଗି ରହିଥିବା ଦୁବୃର୍ତମାନେ ଉଭୟ ଦମ୍ପତିଙ୍କ ଆଖିକୁ ଲଙ୍କା ଗୁଣ୍ଡ ଫୋପାଡିବା ସହିତ ଏକ ଧାରୁଆ ଅସ୍ତ୍ରରେ ଗଳା କାଟିବା ସହ ଶରୀରର ପଟରର ଛାତି ବକ୍ଷରେ ଧାରୁଆ ଅସ୍ତ୍ରରେ କ୍ଷତ ବିକ୍ଷତ କରିଥିଲେ। ସେହିପରି ସବିତାର ଗଳା କାଟିବା ସହ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତବିକ୍ଷତ କରିଥିଲେ। ସେ ଜଣେ ଦିବ୍ୟାଙ୍ଗ ମହିଳା ଥିଲେ। ଘଟଣା ସ୍ଥଳରେ ଉଭୟ ଦମ୍ପତି ମୃତ୍ୟୁ ବରଣ କରିଥିଲେ। ଉଭୟଙ୍କର ମୃତ ଶରୀର ୫୦ ମିଟର ଦୂରତାରେ ପଡିରହିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ଠାରୁ ଅଳ୍ପ ଦୂରରେ ଦୁଇ ହଳ ଜୋତା, ଭଙ୍ଗା ଚୁଡି, ଗୋଟିଏ ପାଣି ବୋତଲ, ପଲିଥିନରେ ରହିଥିବା ଲଙ୍କା ଗୁଣ୍ଡ ମାଟି ହାଣ୍ଡି ଓ ପାଣି ପିଇବା ଡଙ୍କି ପଡିଥିଲା।

ପ୍ରକାଶ ଥାଉକି ସେ ସକାଳ ୯ଟା ସମୟରେ କୁଟିଗୁଡା ଗ୍ରାମର ଦୁଇଜଣ ନାବାଳକ ତେନ୍ତୁଳି ଗୁଟାଇବା ପାଇଁ ଆସିଥିବା ବେଳେ ଉଭୟ ଦମ୍ପତି ମରି ପଡିଥିବା ଦେଖି ସେଠାରୁ ଦୌଡି ଯାଇ ଗପଟିମା ଗ୍ରାମରେ ଚାଲିଥିବା ଗୁଙ୍ଗିପୂଜା ନିକଟରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚିବା ସହ ମୋହନା ଥାନାରେ ଖବର ଦେଇଥିଲେ। ମୃତବ୍ୟକ୍ତିଙ୍କ ସାନ ପୁଅ ସଞ୍ଜୀବ ମଲ୍ଲିକ କହିବା ପ୍ରକାରେ ବାପା ଆଗରୁ ଲୋକଙ୍କୁ ଚେରମୂଳି ଦେଇ ବିଭିନ୍ନ ରୋଗରୁ ଉପସମ କରାଉଥିଲେ। ଏହାକୁ କିଛି ବ୍ୟକ୍ତି ସହ୍ୟ କରିନପାରି ଗୁଣି ଗାରୁଡି କରୁଥିବା ଓ ବିଭିନ୍ନ ରୋଗରେ ପଡି ମୃତ୍ୟୁ ବରଣ କରୁଥିବା ଲୋକଙ୍କୁ ବାପା ମାରୁଥିବାକୁ ବିଶ୍ୱାସ କରି ଏଭଳି କାଣ୍ଡ ଭିଆଇଛନ୍ତି ବୋଲି କହିଥିଲେ। ଅନ୍ୟପଟେ ଘଟଣାସ୍ଥଳରେ ସାଇନଟିଫିକ୍‍ ଟିମ ସନ୍ଧାନି କୁକୁର ସହାୟତାରେ ଘଟଣାର ତଦନ୍ତ କରୁଥିବା ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଥିଲେ।

ଉକ୍ତ ଦିନ ଅର୍ଥାତ୍‍ ୧୬/୦୩ ରେ କୁଟିଗୁଡା ଗାଁର ଦିଲିପ ଦଳାଇ ଏକ ଲିଖିତ ଅଭିଯୋଗ ଥାନାରେ ଦେବାପରେ ମୋହନା ଥାନା ଭାରପ୍ରାପ୍ତ ଅଧିକାରିଣୀ ଦାୟିତ୍ୱରେ ରହିଥିବା ପିଙ୍କି ମୁର୍ମୁଙ୍କ ତତ୍ୱାବଧାନରେ ପୁଲିସ ଟିମ୍‍ ଗପଟିମାରେ ପହଞ୍ଚି ତଦନ୍ତ କରିଥିଲେ। ଉକ୍ତ ଗାଁର ସଲମନ ମଳିକ (୨୦) ଓ ସନ୍ତୋଷ ମଳିକ (୨୨) ମୃତ ପଟର ମଳିକଙ୍କୁ ଗୁଣୀ ସନ୍ଦେହରେ ଏକ ଛୁରୀ ଦ୍ୱାରା ଗଳା କାଟିବା ସହ ଲଙ୍କା ଗୁଣ୍ଡ ପକାଇ ହତ୍ୟା କରିଥିଲେ। ଅଭିଯୁକ୍ତମାନଙ୍କ କହିବା ପ୍ରକାରେ ପ୍ରଥମେ ସନ୍ତୋଷ ମଳିକ ଲଙ୍କା ଗୁଣ୍ଡ ପଟର ମଳିକଙ୍କ ମୁହଁରେ ପକାଇବା ପରେ ସଲମନ ମଳିକ ଛୁରି ସାହାଯ୍ୟରେ ତଣ୍ଟିକାଟି ଭୁସି ହତ୍ୟା କରିଥିଲା। ଏହାପରେ ପଟରର ସ୍ତ୍ରୀ ସବିତା ଏହା ଦେଖି ପ୍ରତିରୋଧ କରିବାରୁ ତାଙ୍କୁ ସନ୍ତୋଷ ସଲମନଠାରୁ ଛୁରି ନେଇ ସବିତାର ତଣ୍ଟି କାଟି ହତ୍ୟା କରିଥିଲେ। ଦୁଇ ଅଭିଯୁକ୍ତଙ୍କୁ ପୁଲିସ ମୋହନା ଥାନାରେ ରଖି ଅଧିକ ତଦନ୍ତ କରୁଥିବା ସାମ୍ବାଦିକ ସମ୍ମିଳନୀରେ ରା.ଉଦୟଗିରି ଏସଡପିଓ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି। ମୋହନା ଥାନା ଭାରପ୍ରାପ୍ତୀ ଅଧିକାରିଣୀ ପିଙ୍କି ମର୍ମୁଙ୍କ ଅଦମ୍ୟ ଓ ଚତୁରତା ଫଳରେ ୧୨ ଘଣ୍ଟା ମଧ୍ୟରେ ସଫଳତା ମିଳିଥିବା ଯୋଗୁଁ ଅଞ୍ଚଳବାସୀ ଆନନ୍ଦ ପ୍ରକାଶ କରିଛନ୍ତି।

Comments are closed.