ମୋହନା : ଶାଗୁଆନ କାଠ ଜବତ

ମୋହନା : ଗଜପତି ଜିଲା ମେରାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବଲୋଡାପଙ୍କା ଗ୍ରାମ ନିକଟ ସରଂକ୍ଷିତ ଜଙ୍ଗଲରୁ ରବିବାର  ୧୦ରୁ ୧୨ଟି ଶାଗୁଆନ କାଠ ଜବତ କରାଯାଇଛି। ମୋହନା ବନାଞ୍ଚଳ ଅଧିକାରିଣୀ କଳ୍ପନା ନାୟକଙ୍କ ନେତୃତ୍ୱରେ ବନପାଳ, ବନରଖି, ଜଙ୍ଗଲ ସୁରକ୍ଷା ବାହିନୀ ବିଶେଷ ସୁତ୍ରରୁ ଖବର ପାଇ ବଲୋଡାପଙ୍କା ଗ୍ରାମ ନିକଟ ସରଂକ୍ଷିତ ଜଙ୍ଗଲରେ ଚଢାଉ କରିଥିଲେ। ନିକଟସ୍ଥ ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ପୋଡୁ ଚାଷ କରିବା ଉଦେଶ୍ୟରେ ଜଙ୍ଗଲରୁ ୧୦ ରୁ ୧୨ଟି ଶାଗୁଆନ ଗଛ କାଟି ପକାଇଥିଲେ। ବନକର୍ମଚାରୀମାନେ ଏହି ମୁଲ୍ୟବାନ ଗଣ୍ଡିଗୁଡିକୁ ଜବତ କରି ମୋହନା କାର୍ଯ୍ୟାଳୟରେ ରଖି ତଦନ୍ତ କରୁଥିବା ଜଣାପଡିଛି।

Comments are closed.