୫ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଗିରଫ

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତରେ ପୁଣି ଲଜ୍ଜାଜନକ ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ୫ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ପଞ୍ଚାୟତର ଜୈନେକ ବ୍ୟକ୍ତି (୩୫) ଶିଶୁ କନ୍ୟାକୁ ପ୍ରଲୋଭିତ କରି ଅଭିଯୁକ୍ତ ଘରକୁ ନେଇ ଦୁଷ୍କର୍ମ କରିଥିବା ଶିଶୁ କନ୍ୟାର ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

ଏହାକୁ ଭିତି କରି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଉକ୍ତ ଗ୍ରାମରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣି ଅଟକ ରଖି ପଚାରା ଉଚରା କରାଯାଉଥିବା ଥାନା ସୁତ୍ରରୁ ଜଣାପଡିଛି। ଅପରପକ୍ଷେ ଶିଶୁ କନ୍ୟାକୁ ଡାକ୍ତରି ମାଇନା କରିବା ପରେ ପରିବାର ବିଚାରପତିଙ୍କ ସମ୍ମୁଖରେ ରେକର୍ଡ ବୟାନ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Comments are closed.