ବିଦ୍ୟୁତ ସେବାରୁ ବଞ୍ଚିତ କଦମଚୁଆ ଗ୍ରାମ

ମୋହନା :  ଗଜପତି ଜିଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ କଦମଚୁଆ (ନୁଆସାହି ) ଗ୍ରାମରେ ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ବ ହେବ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ଅଛି। ଏଠାକାର ୩୫ଟି ପରିବାରର ଶତାଧିକ ଆଦିବାସୀ ଓ ସାଧାରଣ ବର୍ଗର ଲୋକ କୁଲୀ, ମଜୁରୀ ଓ କୁଟିର ଜ୍ୟୋତି କାମ କରି ପରିବାର ପ୍ରତିପୋଷଣ କରନ୍ତି। ସମସ୍ତ ପରିବାର ବିପିଏଲ ଶ୍ରେଣୀର ଅନ୍ତର୍ଭୁକ୍ତ। ଗ୍ରାମରେ ବିଦ୍ୟୁତ ଆଲୋକର ବ୍ୟବସ୍ଥା ହୋଇନଥିବା ଯୋଗୁଁ ଲୋକେ ଅନ୍ଧାରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ଧାରର ସୁଯୋଗନେଇ ବନ୍ୟ ଜୀବଜନ୍ତୁ ଗ୍ରାମ ଓ ଘରମଧ୍ୟକୁ ରାତିରେ ପଶିଆସନ୍ତି। ଏହି ସମସ୍ୟା ବିଷୟରେ ଗ୍ରାମବାସୀ ବହୁବାର ସାଉଥକୋ ସହକାରୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ମୌଖିକ ଓ ଲିଖିତଭାବେ ଜଣାଇଛନ୍ତି। କିନ୍ତୁ କାର୍ଯ୍ୟକାରୀ ହୋଇନପାରିବା ପରିତାପର ବିଷୟ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ଏକ ଠିକା ସଂସ୍ଥା ଦ୍ୱାରା ବିଦ୍ୟୁତ ପୋଲ ପୋତାଯାଇଛି ଓ ତାର ମଧ୍ୟ ସଂଯୋଗ କରାଯାଇଛି ହେଲେ ଆବଶ୍ୟକ ପଡୁଥିବା ଟ୍ରାନସଫରର୍ମର ବସାଯାଇନାହିଁ। ଫଳରେ ବିଦ୍ୟୁତ ସରବରାହ ଚାଲୁ ହୋଇପାରୁନାହିଁ। ଏ ସମ୍ପର୍କରେ ମୋହନା ସାଉଥକୋ ସହକାରୀ ଯନ୍ତ୍ରୀ ଏସ.ଏଚ. ରେଡୀଙ୍କୁ ପଚାରିବାରୁ ସେ ଏ ବିଷୟରେ ଅବଗତ ଅଛନ୍ତି ଏବଂ ୬ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।ଏଣୁ ଯଥାଶୀଘ୍ର ଏହି ଗ୍ରାମରେ ବିଦ୍ୟୁତ ସଂଯୋଗୀକରଣ ନ ହେଲେ ଆଗାମୀ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

 

Comments are closed.