ମୋହନାରେ କଂଗ୍ରେସ ପକ୍ଷରୁ ବିଶ୍ୱ ଆଦିବାସୀ ଓ କ୍ରାନ୍ତି ଦିବସ ପାଳିତ

0

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ କଂଗ୍ରେସ ପକ୍ଷରୁ ଗୁରୁବାର ବିଶ୍ୱ ଆଦିବାସୀ ଦିବସ ଓ କ୍ରାନ୍ତି ଦିବସ ପାଳନ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ସ୍ଥାନୀୟ ହାଇସ୍କୁଲ ଛକ ସ୍ଥିତ ବ୍ଳକ କଂଗ୍ରେସ କାର୍ଯ୍ୟାଳୟଠାରେ ସଭାପତି ଶଙ୍କର ପ୍ରଧାନ  ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଏହାପରେ ଗୁରୁବାର ଏହି ଦିବସର ମହତ୍ୱ ଓ ଲକ୍ଷ୍ୟ ସମ୍ପର୍କରେ ଉପସ୍ଥିତ ବରିଷ୍ଠ ନେତାମାନେ ମତ ପ୍ରକାଶ କରିଥିଲେ। ବ୍ଳକ ଆଦିବାସୀ ସେଲ ସଭାପତି ନିର୍ମଳ ପାଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅଡବା ଜିଲ୍ଲାପରିଷଦ ସଭ୍ୟ ବାଳକୃଷ୍ଣ ମଲ୍ଲିକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରାଜୀବ ମଲ୍ଲିକ, ବରିଷ୍ଠ ନେତା ରମା ମଲିକଙ୍କ ସମେତ ବହୁ କର୍ମୀ ଏଥିରେ ଯୋଗ ଦେଇଥିଲେ।

Leave A Reply