ଆମ ପୁଲିସ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆଇନ ସଚେତନତା କର୍ମଶାଳା

0

ମୋହନା : ସ୍ଥାନୀୟ ଥାନା ପକ୍ଷରୁ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ନାଗରିକ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍‍ ମଧୁସଦନ ପାଢୀ, ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସ୍କୁଲ ଏସଆଇ ମାର୍ଶଲ ନାୟକ ଯୋଗ ଦେଇଥିଲେ। ମୋହନା ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଆଇନ ସଚେତନତା ଶିବିରରେ ଥାନାଧିକାରୀ ବେହେରା ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ନାର୍ଯ୍ୟଦାବି, ଅଧିକାର, କର୍ତ୍ତବ୍ୟ ଓ ସରକାରଙ୍କ ପକ୍ଷରୁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ହାସଲ କରିବା ଉପରେ ଉପସ୍ଥିତ ନାଗରିକ ମାନଙ୍କୁ ବୁଝାଇଥିଲେ। ମୁଖ୍ୟ ବକ୍ତା ନିଜ ବକ୍ତବ୍ୟରେ ସରକାରଙ୍କ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ରହିଥିବା ସହାନୁଭୁତି ଏବଂ ସେମାନଙ୍କର ରହିଥିବା ବିଭିନ୍ନ ଅସୁବିଧା ଗୁଡିକୁ ପ୍ରଶାସନ ନିକଟରେ ଉପସ୍ଥାପନ କରିବା ପାଇଁ କହିଥିଲେ। ଶେଷରେ ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply