ବଡ଼ ଦିନ : ମୋହନା ଚଳଚଞ୍ଚଳ, ପ୍ରବାସୀଙ୍କ ଘର ବାହୁଡା

ମୋହନା : ବଡ଼ ଦିନ ହେଉଛି ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କର ବଡ଼ ପର୍ବ। ମୋହନା ବ୍ଳକରେ ରହିଥିବା ୩୯ଟି ପଞ୍ଚାୟତର ବହୁ ଗ୍ରାମରେ ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକେ ବସବାସ କରନ୍ତି। ରାଜ୍ୟ ବାହାରେ ଓ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନମାନଙ୍କରେ ରହୁଥିବା ଭାଇ ଭଉଣୀମାନେ ବଡ଼ ଦିନକୁ ସ୍ଵାଗତ ଜଣାଇବା ଓ ଗ୍ରାମରେ ମଜାମଜଲିସ୍ କରିବାପାଇଁ ଘରକୁ ଫେରିବା ଆରମ୍ଭ କରିଛନ୍ତି। କରୋନା କଟକଣା ସତ୍ତ୍ୱେ ବନ୍ଧୁବାନ୍ଧବ, ସାଙ୍ଗସାଥି ଓ ପରିଜନଙ୍କ ସହିତ ବଡ଼ଦିନକୁ ଧୁମ୍ ଧାମରେ ପାଳନ କରିବାକୁ ସମସ୍ତେ ବ୍ୟଗ୍ର । ଏଣୁ ଶହ ଶହ ସଂଖ୍ୟାରେ ବାହାରେ ରହୁଥିବା ଖ୍ରୀଷ୍ଟିଆନ ଲୋକେ ଘରବାହୁଡା କରୁଥିବା ଦେଖିବାକୁ ମିଳୁଛି ।
ଘରକୁ ସାଜସଜ୍ଜା କରିବା, ନୂତନ ପୋଷାକ ପରିଧାନ କରିବା ଓ ଅନ୍ୟାନ୍ୟ ଘରୋଇ ଉପକରଣ ସାମଗ୍ରୀ କିଣିବା ପାଇଁ ମୋହନା ବଜାରରେ ନାହିଁ ନ ଥିବା ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଖାଁ ଖାଁ ଥିବା ବଜାର ବଡ଼ ଦିନ ଆସିବା ଓ କରୋନା କଟକଣା କୋହଳ ହେବା ଯୋଗୁଁ ଚଳଚଞ୍ଚଳ ହୋଇ ଉଠିଛି । ବଡ଼ଦିନକୁ କଟକଣା ମଧ୍ୟରେ ଧୁମଧାମରେ ପାଳନ କରିବା ପାଇଁ ଚର୍ଚ୍ଚକୁ ରଙ୍ଗବେରଙ୍ଗରେ ସଜ୍ଜିତ କରାଯାଇଛି।

Comments are closed.