ମା’କୁ କାଠ ଫାଳିଆରେ ପିଟିବା ପଡିଲା ମହଙ୍ଗା; ୪ ବର୍ଷ ଜେଲଦଣ୍ଡ ଭୋଗିବ ପୁଅ

0

ବାରିପଦା: ଗାଁ ଦାଣ୍ଡରେ ମା’କୁ ଅଭିଯୁକ୍ତ ପୁଅ କାଠ ଫାଳିଆରେ ପିଟିଥିବା ଘଟଣାରେ ଶନିବାର ସେସନ୍ସ ଜଜ୍ ଦଣ୍ଡ ଘୋଷଣା କରିଛନ୍ତି । ଦୋଷୀ ସାବ୍ୟସ୍ତ ପୁଅ ଧିରାଇ ଚାପିଆକୁ ୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହା ସହ ୫୦୦ ଟଙ୍କା ଜୋରିମାନା ଦେବା ପାଇଁ ସେସନ୍ସ ଜଜ୍ ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଏପ୍ରିଲରେ ମୟୁରଭଞ୍ଜ ଜିଲା ଚାନ୍ଦୁଆ ଥାନା ପୁରୁଣାଡିହିରେ ଅଭିଯୁକ୍ତ ପୁଅ ନିଜ ମାଆକୁ ପିଟିଥିଲା । ଗାଁ ଦାଣ୍ଡରେ ମା’କୁ କାଠ ଫାଳିଆରେ ପିଟିବା ସହ ପେଟରେ ଚଢିଯାଇଥିଲା। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅଭିଯୁକ୍ତ ପୁଅକୁ ଗିରଫ ପାଇଁ ଦାବି ହୋଇଥିଲା। ପରେ ସ୍ଥାନୀୟ ପୁଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଥାନାକୁ ନେଇ ପଚାରଉଚୁରା କରିଥିଲା। ସେତେବେଳେ ପୁଅକୁ ବଞ୍ଚାଇବାକୁ ଯାଇ ମାଡ ଖାଇଥିବା ମା’ ଏହି ଘଟଣାକୁ ଅସ୍ବୀକାର କରିଥିଲା।

Leave A Reply