ଛାତ୍ରୀ ଗର୍ଭବତୀ ; ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ

0

ମୋହନା : ଅଡବା ଥାନା ଅନ୍ତର୍ଗତ ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ଘଟିଛି। ଅଞ୍ଚଳର ଏକ ବିଦ୍ୟାଳୟ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିଛି। ଏ ସମ୍ପର୍କରେ ଚାଇଲ୍ଡ ହେଲ୍ପ ଲାଇନକୁ ଖବର ମିଳିବା ପରେ ହେଲ୍ପ ଲାଇନ ପକ୍ଷରୁ ଅଡବା ଥାନାରେ ଏକ ମାମଲା ଦାୟର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣକ ଏକ ହଷ୍ଟେଲରେ ରହୁଥିଲେ। ଦଶହରା ଛୁଟି ପରେ ନାବାଳିକା ଜଣକ ଛାତ୍ରାବାସ ଆସିନଥିବା ସୂଚନା ମିଳଥିଲ। ଏ ନେଇ ଚାଇଲ୍ଡ ହେଲ୍ପ ଲାଇନ କୌଣସି ସୁତ୍ରରୁ ଖବର ପାଇଥିଲା। ଗୁରୁବାର ଅନିତା କୁମାରୀ ନାୟକଙ୍କ ନେତୃତରେ ଅଡବା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଖବର ମିଳିବା ପରେ ଉକ୍ତ ଗ୍ରାମବାସୀ ଏକ ବୈଠକ ଡାକିଥିଲେ। ବୈଠକରେ ନାବାଳିକା ଜଣକ ଗ୍ରାମର ଜଣକୁ ପ୍ରେମ କରୁଥିବା କହିଥିଲେ। ନାବାଳିକା ଜଣକୁ ଉଦ୍ଧାର କରିବା ପାଇଁ ଚାଇଲ୍ଡ ହେଲ୍ପ ଲାଇନ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ନାବାଳିକା ବାପା-ମା ଥାନାରେ ଏତଲା ଦେବାପାଇଁ ରାଜି ହୋଇଥିଲେ ମଧ୍ୟ କିଛି ସମୟ ପରେ ମତ ପରିବର୍ତ୍ତନ କରିଥିଲେ। ପରେ ଚାଇଲ୍ଡ ହେଲ୍ପ ଲାଇନ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଥାନାରେ ଏତଲା ପରେ ତଦନ୍ତ ଜାରି ରହିଥିବା ଅଡବା ଥାନା ପୁଲିସ କହିିଛି।

Leave A Reply