ମୋହନାରେ ପ୍ରୋଜେକ୍ଟର ସ୍କ୍ରିନ ମାଧ୍ୟମରେ ବିଶ୍ୱକପ ହକି ଉଦଘାଟନୀ ମହୋତ୍ସବ

0

ମୋହନା : ଆଜି ବିଶ୍ୱ ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ। ସାରା ବିଶ୍ୱ ଏହି ବିଶ୍ୱ ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ଦେଖିବା ପାଇଁ ଆତ୍ମ ବିଭୋର। ଏହି ପରିପେକ୍ଷୀରେ ରାଜ୍ୟ ସରକାର ଓଡିଶାର ସମସ୍ତ ବ୍ଳକର ପଂଚାୟତ ଗୁଡିକରେ ପ୍ରୋଜେକ୍ଟ ସ୍କିନ ମାଧ୍ୟମରେ ଲାଇଭ ଟେଲିକାଷ୍ଟ ଅଂଚଳବାସୀଙ୍କୁ ଦେଖାଇବା ପାଇଁ ବନ୍ଦୋବସ୍ତ କରିଥିବା ଦେଖିବାକୁ ମିଳିଛି। ମୋହନା ବ୍ଳକର ମୋହନା ମୁଖ୍ୟ ସଡକ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରତିମୃତି ନିକଟରେ, ଲୁହାଗୁଡି ଛକଠାରେ, ଅଡବା, ଚାନ୍ଦିପୁଟ, ଚନ୍ଦ୍ରଗିରି ବସଷ୍ଟାଣ୍ଡ ଛକ ଠାରେ ପ୍ରୋଜେକ୍ଟ ସ୍କିନ ମାଧ୍ୟମରେ ଲାଇଭ ଟେଲିକାଷ୍ଟ ଦର୍ଶକ ଦେଖିବାର ବନ୍ଦୋବସ୍ତ କରିଛନ୍ତି। ଶହ ଶହ ଦର୍ଶକ ଏହି ଉଦଘାଟନୀ ଉତ୍ସବ ଦେଖିବା ପାଇଁ ଭିଡ ଜମାଇ ଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ୧୬ଟି ଦେଶର ଅଧିନାୟକଙ୍କ ସମେତ ଖେଳାଳିମାନେ ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ବିଶ୍ୱକୁ ହକି ବିଶ୍ୱଯୁଦ୍ଧର ଶୁଭ ଶଙ୍ଖ ଫୁଙ୍କି ଉଦଘାଟନ କରିବେ। ଖେଳ, ଖେଳାଳୀ ଓ ଦର୍ଶକଙ୍କୁ ଚିତାକର୍ଷକ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବଲିଉଡର ଅଭିନେତା ଶାହାରୁଖ ଖାନ, ମାଧୁରୀ ଦିକ୍ଷୀତ, ସଲମନ ଖାନ୍‍ ଓ ସଂଗୀତ ନିର୍ଦ୍ଧେଶକ ଏ ଆର ରେହମାନ୍‍ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ଅଛନ୍ତି।

Leave A Reply