ମୋହନା ସାଉଥକୋ କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା

0

ମୋହନା : ଗଜପତି ଜିଲା ମୋହନା ସାଉଥକୋ କାର୍ଯ୍ୟାଳୟ ଆଗରେ ବ୍ଲକ କଂଗ୍ରେସ ପକ୍ଷରୁ ୭ଦଫା ଦାବିନେଇ ଧାରଣା ଦିଆଯାଇଛି। ବ୍ଲକ କଂଗ୍ରେସ ଆଦିବାସୀ ସେଲ ସଭାପତି ନିର୍ମଲ ପାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାରେ ବିଶେଷ କରି ରାଜୀବ ଗାନ୍ଧୀ ବିଦ୍ୟୁତ ଯୋଜନା, ବିଜୁ କୁଟୀର ଜ୍ୟୋତି ଯୋଜନାରେ ବ୍ଲକର ସମସ୍ତ ଗାଁକୁ ବିଦ୍ୟୁତ ଯୋଗାଣ, ସୌଭାଗ୍ୟ ଯୋଜନାରେ ନୂତନ ଭାବେ ବିଦ୍ୟୁତ ସଂଯୋଗ ପାଇଁ ବିନା ସ୍ଲୁକରେ ସରକାରୀ ନିର୍ଦ୍ଦେଶ ଥିବା ସତ୍ୱେ ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ ବନ୍ଦ ଆଦି ଦାବି କରାଯାଇଛି। ଏହି ଧାରଣାରେ ଅଡବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଲ୍ଲିକ, ରା.ଉୟୟଗିରି ଜିଲ୍ଲା ପରିଷଦ ସଭ୍ୟ ଯାକବ ମାଝୀ, ଯୁବ କଂଗ୍ରେସ ସଭାପତି ଗୌରୀ ଶଙ୍କର ପ୍ରଧାନୀ, ରାଜୀବ ମଲ୍ଲିକ, ରମେଶ ବିଷୋୟୀ, ରମା ମଳିକ, ଯୁନେଶ ଶବରଙ୍କ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Leave A Reply