ମୋହନାରେ ପହଞ୍ଚିଲା ମାସ୍କଟ ଓଲି

0

ମୋହନା : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ବିଶ୍ୱକପ ହକିର ମାସ୍କଟ ଓଲି ବୁଧବାର ଗଜପତି ଜିଲା ମୋହନାରେ ଅପରାହ୍ନ ୫ଟାରେ ପହଞ୍ଚିଥିଲା। ମାସ୍କଟ ଓଲି ମୋହନା ବ୍ଳକ କାର୍ଯ୍ୟାଳୟ ପରିସରରେ ପହଞ୍ଚିବାପରେ ବ୍ଳକ ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଛି। ଏହି ଅବସରରେ ନାଚ ସଙ୍ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଜନସାଧାରଣ, ପୁଲିସ ପ୍ରଶାସନ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ବ୍ଲକ କର୍ମଚାରୀ ମାନଙ୍କ ସହିତ ଏକ ବିରାଟ ଶୋଭାଯାତ୍ରାରେ ମାସ୍କଟ ଓଲିକୁ ପାଣ୍ଡାଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୋହନା ବିଡିଓ ବଂଶିଧର ଖୋସଲା, ଡବ୍ଲ୍ୟୁଇଓ ରଞ୍ଜନ ଜେନା, ଜିପିଇଓ ନରସିଂହ ମାଣ୍ଡାଙ୍ଗି, ହାଇସ୍କୁଲ ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ନାୟକ, ପ୍ରଧାନ ଶିକ୍ଷୟତ୍ରୀ ଆରତୀ ସ୍ୱାଲସିଂ ପ୍ରମ୍ମୁଖ ଯୋଗଦେଇଥିଲେ।

Leave A Reply