ଜରୁରୀ ସେବା ଉପରେ ସଚେତନତା ସୃଷ୍ଟି, ଯୋଗଦେଲେ ଆଶାକର୍ମୀ

ମୋହନା: ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଶାକର୍ମୀମାନଙ୍କୁ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଓ ୧୦୮ର ଜରୁରୀ ସେବା ଉପରେ ଏକ ସଚେତନତା ମୂଳକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ସମସ୍ତ ଆଶାକର୍ମୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା, ୧୦୮ ସହିତ ଯୋଗାଯୋଗ, ମେଲେରିଆ ଜ୍ୱର ଦୂରୀକରଣ ନିମନ୍ତେ ପଦକ୍ଷେପ ଓ ରୋଗୀର ଯତ୍ନ ନିମନ୍ତେ ତ୍ୱରିତ ଆଶୁ ଚିକିସ୍ଥା ସମ୍ବନ୍ଧରେ ଉପସ୍ଥିତ ଆଶାକର୍ମୀ ମାନଙ୍କୁ ବୁଝାଇବା ସହିତ ସଚେତନ କରାଇଥିଲେ।

Comments are closed.