ଗୋଆ ରଣଜୀ ଦଳରେ ଆଜାରୁଦ୍ଦିନଙ୍କ ପୁତ୍ର

0

ପାଣାଜୀ : ପୂର୍ବତନ କ୍ରିକେଟ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ ପୁଅ ମହମ୍ମଦ ଅସାଉଦ୍ଦିନ ଗୋଆ ରଣଜୀ ଦଳରେ ସ୍ଥାନ ପାଇଥିବା ଜଣାପଡିଛି। ଆଜାରୁଦ୍ଦିନ ଇତିମଧ୍ୟରେ ଗୋଆ କ୍ରିକେଟ ଆସୋସିଏସନ (ଜିସିଏ) କର୍ମକର୍ତ୍ତାଙ୍କୁ ଭେଟି ରାଜ୍ୟ କ୍ରିକେଟ ଦଳର ଉନ୍ନତି ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆଜାରୁଦ୍ଦିନଙ୍କୁ ଜିସିଏରେ କେଉଁ ଦାୟିତ୍ୱ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ। ଆଜାରୁଦ୍ଦିନ ବର୍ତ୍ତମାନ ହାଇଦରାବାଦ କ୍ରିକେଟ ଆସୋସିଏସନ ସଭାପତି ହେବାକୁ ଉଦ୍ୟମ ଚଳାଇଥିବାବେଳେ ଜିସିଏ ସହ ସଂପୃକ୍ତି ଏହି ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ୨୮ ବର୍ଷୀୟ ଅସାଉଦ୍ଦିନ ଜଣେ ବାମହାତି ବ୍ୟାଟସମ୍ୟାନ ହୋଇଥିବାବେଳେ ଏପର୍ଯ୍ୟନ୍ତ ରଣଜୀ କ୍ୟାରିୟର ଆରମ୍ଭ କରିପାରିନାହାନ୍ତି।

Leave A Reply