ଭୂମି ପୂଜନ ପ୍ରକ୍ରିୟା ଆରମ୍ଭ; ରାମଲାଲାଙ୍କୁ ଆରତି କରି ପାରିଜାତ ଚାରା ଲଗାଇଲେ ମୋଦୀ

ଅଯୋଧ୍ୟା: ଅଯୋଧ୍ୟାରେ ବହୁ ପ୍ରତୀକ୍ଷଇିତ ରାମ ମନ୍ଦିରର ଭୂମି ପୂଜନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିର ନିର୍ମାଣ ସ୍ଥଳରେ ପହଞ୍ଚି ଭଗବାନ ଶ୍ରୀରାମଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ମୋଦୀ ରାମଲାଲାଙ୍କୁ ଆରତି କରିବା ସହିତ ଷାଷ୍ଟାଙ୍ଗ ପ୍ରଣାମ କରିଥିଲେ। ଏହା ସହିତ ପରିସରରେ ଏକ ପାରିଜାତ ଚାରା ରୋପଣ କରିଥିଲେ।

ଏଠାକୁ ଆସିବା ପୂର୍ବରୁ ମୋଦୀ ପ୍ରଥମେ ହନୁମାନଗଢ଼ୀ ମନ୍ଦିରରେ ପହଞ୍ଚି ପୂଜା କରିଥିଲେ। ଭୂମି ପୂଜନ ଉତ୍ସବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ରହିଛନ୍ତି।

Comments are closed.