ଭାରତ-ଚୀନ୍‌ ସୀମାରେ ସେନାର ଯବାନଙ୍କ ସହ ଦୀପାବଳି ପାଳନ କଲେ ମୋଦି

0

ନୂଆଦିଲ୍ଲୀ . – ଭାରତ ଚୀନ ସୀମାରେ ଭାରତୀୟ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପାଳନ କରିଛନ୍ତି । ଉତ୍ତରାଖଣ୍ଡରେ ଥିବା କେଦାରନାଥ ମନ୍ଦିରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ କେଦାରନାଥଙ୍କ ଦର୍ଶନ କରିବା ସହ ପ୍ରାର୍ଥନା କରିଥିଲେ । ଏହାପରେ ସେ କେଦାରନାଥ ନିକଟରେ ଥିବା ହରସିଲ୍‌ରେ ପହଞ୍ଚି ସେଠାରେ ଭାରତ-ଚୀନ୍‌ ସୀମାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ସୈନିକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଦେଇଥିଲେ ।

ପ୍ରବଳ ତୁଷାରପାତ ସତ୍ତ୍ୱେ ଦେଶର ୧୨୫ କୋଟି ନାଗରିକଙ୍କର ସୁରକ୍ଷା ପାଇଁ ବରଫ ଭିତରେ ନିଜର ଦାୟୀତ୍ୱ ସମ୍ପନ୍ନ କରୁଥିବା ,ସେନାର ଯବାନମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ଦୀପାବଳି ଆଲୋକର ପର୍ବ ,ଏହା ଉତ୍ତମ ବାର୍ତ୍ତା ଦେଉଥିବା ଆଲୋକ ବର୍ତ୍ତିକା ପରି , ଭୟକୁ ଏହା ଦୂର କରିଥାଏ। ସେନାବାହିନୀର କାର୍ଯ୍ୟଦକ୍ଷତା ଧର୍ଯ୍ୟ ଓ ଦାୟୀତ୍ୱବୋଧ ଯୋଗୁଁ  ଦେଶର ସାଧାରଣ ନାଗରିକଙ୍କର ସୁରକ୍ଷା ସମ୍ଭବ ହୋଇ ପାରୁଛି ବୋଲି ମୋଦି ପ୍ରକାଶ କରିଛନ୍ତି ।

୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ପ୍ରତିବର୍ଷ ସେନାର ଯବାନଙ୍କ ସହ ଦୀପାବଳି ପାଳନ କରୁଛନ୍ତି । ୨୦୧୪ରେ ସେ ସୀଆଚୀନ୍‌ରେ ଦୀପାବଳି ପାଳନ କରିଥିବା ବେଳେ ୨୦୧୫ରେ ପଞ୍ଜାବର ସୀମାରେ ଦୀପାବଳି ପାଳନ କରିଥିଲେ । ୨୦୧୬ରେ  ହିମାଚଳ ପ୍ରଦେଶର ଇଣ୍ଡୋ-ତିବ୍ଦତ ସୀମା ପୁଲିସଙ୍କ ସହ ଓ ୨୦୧୭ରେ ଜମ୍ମୁ-କାଶ୍ମୀରର  ଗୁରେଜ୍‌ରେ ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ।

Leave A Reply