କରୋନା ଆକ୍ରାନ୍ତ ଟ୍ରମ୍ପ ଦମ୍ପତିଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୋରୋନାରେ ଆକ୍ରାନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ କରିଛନ୍ତି । ମୋଦୀ ଲେଖିଛନ୍ତି ମୋ ବନ୍ଧୁ ଶୀଘ୍ର କରୋନାରୁ ଆରୋଗ୍ୟ ଲାଭ କରିବା ସହ ସୁସ୍ଥ ହୁଅନ୍ତୁ ।


ସୂଚନାଯୋଗ୍ୟ ହ୍ବାଇଟ ହାଉସର ପରାମର୍ଶଦାତା ହୋପ ହ୍ବିକ୍ସ  କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଟ୍ରମ୍ପ ଟ୍ବିଟ କରି ଜଣାଇଥିଲେ । ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ କରୋନା ଟେଷ୍ଟ କରିଥିଲେ। ଉଭୟଙ୍କ କରୋନା ରିପୋର୍ଟ ଆଜି ପିଜିଟିଭ ଆସିଛି। ହିକ୍ସଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ନିଜକୁ ସଙ୍ଗରୋଧରେ ରଖିଥେଲେ। ଆମେ ଆମର କ୍ବାରଣ୍ଟାଇନ୍ ଓ ସୁସ୍ଥ ହେବା ପ୍ରକ୍ରିୟା ଆରମ୍ଭ କରି ଦେଇଛୁ। ଆମେ ଏହାକୁ ଏକାଠି ଜିତିବୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରି ଜଣାଇଛନ୍ତି।

 

Comments are closed.