୧୫ରେ ମୋଦୀଙ୍କ ବାରାଣସୀ ଗସ୍ତ; ଉଦ୍‌ଘାଟନ ହେବ ‘ରୁଦ୍ରାକ୍ଷ’ ଓ ୯ ଭେଷଜ ମହାବିଦ୍ୟାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫ରେ ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିବେ। ଚଳିତ ବର୍ଷ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ଏହି ଅବସରରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ସେ ଜାପାନ ସରକାରଙ୍କ ସହାୟତାରେ ନିର୍ମିତ ବହୁଚର୍ଚ୍ଚିତ ‘ରୁଦ୍ରାକ୍ଷ ସମ୍ମିଳନୀ କକ୍ଷ’ ଓ ୯ ଜିଲାରେ ୯ଟି ଭେଷଜ ମହାବିଦ୍ୟାଳୟ ଉଦ୍‌ଘାଟନ କରିବା ସମ୍ଭାବନା ରହିଛି। ଏତଦ୍‌ବ୍ୟତୀତ ୪୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦୀଙ୍କର ଏହି ଗସ୍ତ ମହତ୍ତ୍ବପୂର୍ଣ୍ଣ। ଭାରତ-ଜାପାନ ବନ୍ଧୁତ୍ୱର ପ୍ରତୀକ ଭାବେ ଅତ୍ୟାଧୁନିକ ରୁଦ୍ରାକ୍ଷ ସମ୍ମିଳନୀ କକ୍ଷ ନିର୍ମାଣ କରାଯାଇଛି।

୨୦୧୫ରେ ମୋଦୀ ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମିଳିତ ଭାବେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତିନି ଏକର ଜମି ଉପରେ ପ୍ରାୟ ୧୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କକ୍ଷରେ ଏକା ସାଙ୍ଗରେ ୧୨୦୦ ଲୋକଙ୍କ ବସିବା ସୁବିଧା ରହିଛି। ଏଥିରେ ବ୍ୟବହୃତ ଚୌକି ଭିଏତନାମରୁ ଆସିଛି। ‘ରୁଦ୍ରାକ୍ଷ’ରେ ଆଲୁମିନିୟମରେ ନିର୍ମିତ ୧୦୮ଟି ବଡ଼ ରୁଦ୍ରାକ୍ଷ ସ୍ଥାପିତ ହୋଇଛି।

Comments are closed.