୧୧ ଅଧ୍ୟାୟ ବିଶିଷ୍ଟ ଶ୍ରୀମଦ୍‍ ଭଗବତ୍‍ ଗୀତା ଶ୍ଳୋକ ଆଧାରିତ ପାଣ୍ଡୁଲିପି ଉନ୍ମୋଚନ କରିବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀର ଲୋକକଲ୍ୟାଣ ମାର୍ଗଠାରେ ଶ୍ରୀମଦ୍‍ ଭଗବତ୍‍ ଗୀତା ଶ୍ଳୋକ ଉପରେ ୨୧ଜଣ ବିଦ୍ୱାନଙ୍କ ବାଖ୍ୟା ସହିତ ୧୧ ଅଧ୍ୟାୟ ବିଶିଷ୍ଟ ପାଣ୍ଡୁଲିପି ଉନ୍ମୋଚନ କରିବେ। ଏହି ଅବସରରେ ଜାମ୍ମୁ ଏବଂ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ଡକ୍ଟର ତରଣ ସିଂହ ଉପସ୍ଥିତ ରହିବେ।

ସାଧାରଣତ ଶ୍ରୀମଦ୍‍ ଭଗବତ୍‍ ଗୀତା ଗୋଟିଏ ବାଖ୍ୟା ସହିତ ପଢ଼ିବା ଲାଗି ଉପଲବ୍ଧ ହୋଇଥାଏ। ତେବେ ପ୍ରଥମଥର ପାଇଁ ଶ୍ରୀମଦ୍‍ ଭଗବତ୍‍ ଗୀତା ସମ୍ପର୍କରେ ଏକ ବିସ୍ତୃତ ଏବଂ ତୁଳନାତ୍ମକ ଜ୍ଞାନ ହାସଲ କରିବା ଲାଗି ପ୍ରସିଦ୍ଧ ଭାରତୀୟ ବିଦ୍ୱାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନେକ ବ୍ୟାଖ୍ୟା ଗୁଡ଼ିକୁ ସଂକଳିତ କରାଯାଇଛି। ଧର୍ମାର୍ଥ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ପାଣ୍ଡୁଲିପିରେ ଶଙ୍କର ଭାସ୍ୟଠାରୁ ଭାଷାନୁବାଦ ପର୍ଯ୍ୟନ୍ତ ଭାରତୀୟ ହସ୍ତଲିପିର ଅସାଧାରଣର ବିବିଧତା ଏବଂ ଅତି ସୁକ୍ଷ୍ମ ବିଶ୍ଳେଷଣ ଉଲ୍ଲେଖ କରାଯାଇଛି। ଡକ୍ଟର କରଣ ସିଂହ ଜାମ୍ମୁ ଏବଂ କାଶ୍ମୀରର ଧର୍ମାର୍ଥ ଟ୍ରଷ୍ଟର ଅଧ୍ୟକ୍ଷ ଟ୍ରଷ୍ଟି ଅଛନ୍ତି।

Comments are closed.