ଦେଶର ପ୍ରଥମ ଚାଳକବିହୀନ ମେଟ୍ରୋ ଟ୍ରେନ ଉଦଘାଟନ କରିବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ରେ ଦେଶର ପ୍ରଥମ ଚାଳକବିହୀନ ମେଟ୍ରୋ ଟ୍ରେନ ଉଦଘାଟନ କରିବେ। ଦିଲ୍ଲୀ ମେଟ୍ରୋର ଏହି ସେବା ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ କାର୍ଯ୍ୟକ୍ଷମ ହେବ। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଏହି ସେବାର ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆଧୁନିକ ଯାତ୍ରା ବ୍ୟବସ୍ଥା ଆରାମ ଏବଂ ଗତିଶୀଳତାର ଏକ ନୂତନ ଯୁଗକୁ ସୂଚିତ କରିବ। ଚାଳକବିହୀନ ଟ୍ରେନଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହେବ ଯାହା ମାନବୀୟ ତ୍ରୁଟିର ସମ୍ଭାବନାକୁ ଦୂର କରିବ। ମ୍ୟାଜେଣ୍ଟା ଲାଇନ୍ (ଜାନକପୁରୀ ପଶ୍ଚିମରୁ ବଟାନିକାଲ୍ ଗାର୍ଡେନ୍)ରେ ଚାଳକବିହୀନ ସେବା ଆରମ୍ଭ ହେବା ପରେ ଦିଲ୍ଲୀ ମେଟ୍ରୋର ପିଙ୍କ ଲାଇନରେ ୨୦୨୧ ମଧ୍ୟଭାଗରେ ଏହି ସେବା ଆରମ୍ଭ ହେବ।

ନ୍ୟାସନାଲ କମନ୍ ମୋବିଲିଟି କାର୍ଡ ଦେଶର ଯେକୌଣସି ସ୍ଥାନରୁ ଜାରି କରାଯାଇଥିବା ରୁପେ-ଡେବିଟ୍ କାର୍ଡ ବହନ କରୁଥିବା ବ୍ୟକ୍ତିଙ୍କୁ ସେହି କାର୍ଡ ବ୍ୟବହାର କରି ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଯାତ୍ରା କରିବାକୁ ସୁବିଧା ଯୋଗାଇବ। ଏହି ସୁବିଧା ୨୦୨୨ ସୁଦ୍ଧା ସମଗ୍ର ଦିଲ୍ଲୀ ମେଟ୍ରୋ ନେଟୱାର୍କରେ ଉପଲବ୍ଧ ହେବ।

Comments are closed.