ବ୍ଲୁମବର୍ଗ ନିଉ ଇକୋନୋମି ଫୋରମ୍‍ର ତୃତୀୟ ବାର୍ଷିକ ବୈଠକରେ ଉଦବୋଧନ ଦେବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସଂଧ୍ୟାରେ ବ୍ଲୁମବର୍ଗ ନିଉ ଇକୋନୋମି ଫୋରମ୍‍ର ତୃତୀୟ ବାର୍ଷିକ ବୈଠକରେ ଉଦବୋଧନ ଦେବେ। ମାଇକେଲ ବ୍ଲୁମବର୍ଗ ୨୦୧୮ ମସିହାରେ ବ୍ଲୁମବର୍ଗ ନିଉ ଇକୋନୋମି ଫୋରମ୍‍ର ଗଠନ କରିଥିଲେ। ବିଶ୍ୱ ଅର୍ଥନୀତି ସମ୍ମୁଖୀନ ହେଉଥିବା ଜଟିଳ ସମସ୍ୟା ଗୁଡ଼ିକର ସମାଧାନ ଖୋଜି ବାହାର କରିବା ପାଇଁ ବିଶ୍ୱ ନେତାମାନଙ୍କ ମଧ୍ୟରେ ଆଲୋଚନା ସକାଶେ ଏଥିରେ ମତପ୍ରକାଶ ପାଇଥିଲା। ପ୍ରଥମ ଫୋରମ୍‍ ବୈଠକ ସିଙ୍ଗାପୁରରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ଫୋରମ୍‍ ବୈଠକ ବେଜିଂରେ ଅନୁଷ୍ଠିତ ହୋଇଥିଲା।

ପ୍ରଥମ ଦୁଇ ବୈଠକରେ ବିଶ୍ୱ ଅର୍ଥନୀତିର ପରିଚାଳନା, ବାଣିଜ୍ୟ ଓ ପୁଞ୍ଜିନିବେଶ, ବୈଷୟିକ ଜ୍ଞାନ, ସହରୀକରଣ, ପୁଞ୍ଜିବଜାର ଓ ଜଳବାୟୁ ପରିବର୍ତ୍ତନ ଭଳି ବିଷୟ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ଚଳିତବର୍ଷ ସମଗ୍ର ବିଶ୍ୱ କୋଭିଡ ନାଇଣ୍ଟିନ୍‍ର ମୁକାବିଲା କରୁଥିବାରୁ ଫୋରମ୍‍ ବୈଠକରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଉପରେ ଆଲୋଚନା କରାଯିବ।

Comments are closed.