ସଚେତନ ଜନତାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର “ଜନତା କର୍ଫ୍ୟୁ” ପାଳନ କରିବା ପାଇଁ ସମଗ୍ର ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଜନତା କର୍ଫ୍ୟୁ” ସମୟରେ ସାରାଦିନ ଘରେ ରହିବେ କିନ୍ତୁ ସନ୍ଧ୍ୟା ୫ଟାରେ ସମସ୍ତେ ଘରୁ ବାହାରି କରୋନା ଯୁଦ୍ଧରେ ଜରୁରୀକାଳିନ ସେବା ପ୍ରଦାନ କରୁଥିବା ଡାକ୍ତର, ପୁଲିସ, ଗଣମାଧ୍ୟମ କର୍ମଚାରୀ, ସଫେଇ କର୍ମଚାରୀ ଓ ଅଗ୍ନିଶମ ବାହିନୀକୁ ଉତ୍ସାହିତ କରି ଘଣ୍ଟି ବଜାଇବେ। ଯାହାକୁ ଆଜି ସାରା ଦେଶବାସୀ ପାଳନ କରିଛନ୍ତି। ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ମାନିଛନ୍ତି। ଯାହାକୁ ନେଇ ସଚେତନ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମୋଦୀ ଟ୍ବିଟ୍ କରି ଲେଖିଛନ୍ତି, କରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମର ନେତୃତ୍ୱ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମଗ୍ର ଦେଶବାସୀ ଧନ୍ୟବାଦ ଜଣାଇଛନ୍ତି। ଦେଶବାସୀଙ୍କୁ ଅନେକ ଅନେକ ଧନ୍ୟବାଦ।

Comments are closed.