‘ମୋଦୀ ଜ୍ୟାକେଟ’ ପିନ୍ଧିଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି

0

ନୂଆଦିଲ୍ଲୀ : ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜେ’ଙ୍କ ନିକଟକୁ ଉପହାର ସ୍ୱରୁପ ‘ମୋଦୀ ଜ୍ୟାକେଟ’ ପଠାଇଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜେ ବୁଧବାର ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି। ଏହାସହ ମୁନ୍‍ ଜେ ମୋଦୀ ଜ୍ୟାକେଟ ପିନ୍ଧିଥିବାର କେତେକ ଫଟୋ ନିଜ୍‍ ଟ୍ୱିଟ୍‍ର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।
ମୁନ୍‍ କହିଛନ୍ତି ଯେ ଭାରତ ଗସ୍ତ ସମୟରେ ସେ ନରେନ୍ଦ୍ର ମୋଦୀଙ୍କ ପରିଧାନର ପ୍ରଶଂସା କରିଥିଲେ। ଏହାପରେ ମୋଦୀ ତାଙ୍କ ନିକଟକୁ ସେହି ପରି କେତେକ ଜ୍ୟାକେଟ ପଠାଇଛନ୍ତି। ଏହି ଜ୍ୟାକେଟ୍‍ ଠିକ୍‍ ତାଙ୍କ ମାପର ବୋଲି ସେ କହିଛନ୍ତି। ସେ ଫଟୋ ସହ ଟ୍ୱିଟ୍‍ କରିଛନ୍ତି ଯେ ଏହା ଭାରତୀୟ ପରିଧାନର ଆଧୁନିକ ରୂପ। ଏହାକୁ ‘ମୋଦୀ ଜ୍ୟାକେଟ’ କୁହାଯାଏ। ଏହାକୁ ସହଜରେ କୋରିଅର ଯୋଗେ ପଠାଇ ହେବ। ଏଥିପାଇଁ ମୋଦୀଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛି।

Leave A Reply