ଆସାମ, ତ୍ରିପୁରାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା; କହିଲେ ମୋ ଉପରେ ଭରସା ରଖ

ରାଞ୍ଚି: ନାଗରିକତା ସଂଶୋଧନ ବିଲ୍‌ ବିରୋଧରେ ଆସାମ ଏବଂ ତ୍ରିପୁରାରେ ହିଂସା ଦେଖିବାକୁ ମିଳିଛି। ଗୁଆହାଟୀ, ଡିବ୍ରୁଗଡ଼ ସମେତ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଆସାମ ଉପରେ ସରକାର ସମ୍ପୂର୍ଣ୍ଣ ନଜର ରଖିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର ସମୟରେ ଉଭୟ ରାଜ୍ୟକୁ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। କଂଗ୍ରେସର ଭୁଲ କଥାରେ ନ ଆସି କେନ୍ଦ୍ର ସରକାର ଏବଂ ମୋ ଉପରେ ଭରସା ରଖ ବୋଲି ମୋଦୀ ବାର୍ତ୍ତା ଦେଇଛନ୍ତି।

ମୋଦୀ କହିଛନ୍ତି, ମୁଁ ଉତ୍ତର-ପୂର୍ବାଞ୍ଚଳର ସମସ୍ତ ରାଜ୍ୟକୁ ପ୍ରତିଶ୍ରୁତି ଦେଉଛି ଯେ ଆସାମ ସମେତ ସବୁ ରାଜ୍ୟର ପରମ୍ପରା, ସଂସ୍କୃତି, ଭାଷା ଆଦୌ ପ୍ରଭାବିତ ହେବ ନାହିଁ। ମୋ ଉପରେ ଭରସା ରଖନ୍ତୁ। କେନ୍ଦ୍ର ସରକାର ଆପଣଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହିତ କାମ କରିବେ। କଂଗ୍ରେସର ମନ୍ତବ୍ୟରେ ପ୍ରଲୋଭିତ ହୋଇ ଭୁଲ ବାଟକୁ ଯାଆନ୍ତୁନାହିଁ।

Comments are closed.