ମୋଦୀଙ୍କ ଜ୍ୟାକେଟରେ ସମ୍ବଲପୁରୀ ଛୁଙ୍କ

ସମ୍ବଲପୁର : ମୋଦୀଙ୍କ ଜ୍ୟାକେଟ ଫେଶନର ଧୁମ ସବୁ ଆଡେ ରହିଛି। ତେବେ ଏହି ଫେଶନରେ ସମ୍ବଲପୁରୀ ଡିଜାଇନର ଛୁଙ୍କ ଦିଆଯାଇ ତାହାକୁ ଆହୁରୀ ଚମକଦାର କରାଯାଇଛି। ସମ୍ବଲପୁରର ବିଜୟ ସଂକଳ୍ପ ରାଲିରେ ମୋଦୀଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ସମ୍ବଲପୁର କପଡାରେ ସମ୍ପୂର୍ଣ୍ଣ ଭାବରେ ସୁତା ଓ ସମ୍ବଲପୁରୀ ବୁଣା କାରିଗରୀରେ ନିର୍ମିତ ଏକ ଜ୍ୟାକେଟକୁ ସଂକଳ୍ପର ମୁଖ୍ୟ ସଂଯୋଜକ ଗୋବିନ୍ଦ ଅଗ୍ରୱାଲ ପ୍ରଧାନମନ୍ତ୍ରୀଙ୍କୁ ପିନ୍ଧାଇ ସ୍ୱାଗତ କରିଥିଲେ। ପ୍ରବଳ ଗରମ ହେବା ସତ୍ତ୍ବେ ସମ୍ବଲପୁରବାସୀଙ୍କ ତରଫରୁ ଦିଆଯାଇଥିବା ଏହି ଜ୍ୟାକେଟକୁ ପିନ୍ଧି ମୋଦୀ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏହା ପରେ ମଞ୍ଚରୁ ଓହ୍ଲାଇ ହେଲିକପ୍ଟରକୁ ଯିବା ପର୍ଯ୍ୟନ୍ତ ସମ୍ବଲପୁରୀ ଜ୍ୟାକେଟକୁ ମୋଦୀ ପରିଧାନ କରିଥିଲେ। ଏଣୁ ଏବେ ସମ୍ବଲପୁରୀ ମୋଦୀ ଜ୍ୟାକେଟର ନୁତନ ବଜାର ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି।

Comments are closed.