କୌଣସି ଦୋଷୀଙ୍କୁ ଛଡା ଯିବ ନାହିଁ :  ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ: କାଠୁଆ ଓ ଉନ୍ନାଓରେ ବଳାତ୍କାର ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ନିଜର ମତ ପ୍ରକାଶ କରୁ ନଥିବା ବିରୋଧି ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏ ବିଷୟରେ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ରଖିଛନ୍ତି । କୌଣସି ଦୋଷୀଙ୍କୁ ଛଡା ଯିବ ନାହିଁ , କୋଠରରୁ କୋଠର ଦଣ୍ଡ ବିଧାନ କରାଯିବ ବୋଲି ମୋଦି ପ୍ରକାଶ କରିଛନ୍ତି । ଦେଶ ଓ ସମାଜ ପାଇଁ ଏହା କଳଙ୍କ , ଏହା ଏକ ଲଜ୍ୟାକର  ବିଷୟ ବୋଲି ମୋଦି ସୂଚନା ଦେଇଛନ୍ତି । ମୁଁ ଦେଶକୁ କଥା ଦେବାକୁ ଚାହେଁ କୌଣସି ଦୋଷୀବ୍ୟକ୍ତିଙ୍କୁ ଛଡା ଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ନାରୀ ହେଉଛନ୍ତି ନାରାୟଣୀ , ନାରୀଙ୍କ ପ୍ରତି ହେଉଥିବା କୌଣସି ଅପରାଧକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଆମର ଝିଅମାନେ ନିଶ୍ଚୟ ନ୍ୟାୟ ପାଇବେ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply