ପଶ୍ଚିମବଙ୍ଗ ସ୍ଥିତି କାଶ୍ମୀର ଠାରୁ ଭୟଙ୍କର : ମୋଦୀ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ ଶୋ’ବେଳେ ହୋଇଥିବା ହିଂସାକାଣ୍ଡକୁ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମମତାଙ୍କୁ କଡା ସମାଲୋଚନା କରିଛନ୍ତି। ଏକ ସାକ୍ଷାତକାରରେ ମୋଦୀ କହିଛନ୍ତି, ପଶ୍ଚିମବଙ୍ଗ ସ୍ଥିତି କାଶ୍ମୀର ଠାରୁ ଅଧିକ ଭୟଙ୍କର ବୋଲି କହିଛନ୍ତି। କଶ୍ମୀରରେ ନିକଟରେ ପଞ୍ଚାୟତ ନିର୍ବାଚନରେ କୌଣସି ହିଂସାକାଣ୍ଡ ହୋଇନଥିଲା। କିନ୍ତୁ ପଶ୍ଚିମବଙ୍ଗ ହିଂସାକାଣ୍ଡ ଯୋଗୁଁ ଶହଶହ ଲୋକ ପ୍ରାଣ ହରାଉଛନ୍ତି। ବିଜେପି ନେତାମାନଙ୍କୁ ପଶ୍ଚିମବଙ୍ଗରେ ରାଲି କରିବାକୁ ଅନୁମତି ଦିଆଯାଉ ନାହିଁ ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସଭାକୁ ରଦ୍ଧ କରି ଦିଆଯାଉଛି। ଏ ସମସ୍ତ ଜବାବ ପଶ୍ଚିମବଙ୍ଗ ଲୋକମାନେ ଭୋଟରେ ଦେବେ ବୋଲି ମୋଦୀ କହିଛନ୍ତି।

Comments are closed.