ମୋଦୀଙ୍କୁ ସାକ୍ଷାତ କଲେ କାଶ୍ମୀର ପଣ୍ଡିତ

ହ୍ୟୁଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ୟୁଷ୍ଟନରେ ତାଙ୍କୁ ସାକ୍ଷାତ କରିଥିବା କାଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧି ଦଳକୁ କହିଛନ୍ତି, ସମ୍ପୃକ୍ତ କାଶ୍ମୀର ପଣ୍ଡିତମାନେ ବହୁତ କଷ୍ଟ ଓ ଯନ୍ତ୍ରଣା ସହିଛନ୍ତି, ତେଣୁ ଆମେ ସମସ୍ତେ ମିଶି ନୂଆ କାଶ୍ମୀର ଗଠନ କରିବା। କାଶ୍ମୀର ପଣ୍ଡିତ ସମ୍ପ୍ରଦାୟର ଏକ ପ୍ରତିନିଧି ଦଳ ରବିବାର ହ୍ୟୁଷ୍ଟନଠାରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଧାରା ୩୭୦ ଉଚ୍ଛେଦ ଭଳି ଐତିହାସିକ ପଦକ୍ଷେପ ନେଇଥିବାରୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଶିଖ ସମ୍ପ୍ରଦାୟ ଲୋକଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।
ମୋଦୀ ୧୯୮୯-୧୯୯୦ ସମୟରେ ଘଟିଥିବା ଘଟଣାବଳୀକୁ ମନେ ପକାଇବା ସହ କହିଥିଲେ ଯେ ବିଶ୍ୱ ସବୁବେଳେ ପରିବର୍ତ୍ତନ ହେଉଛି ଓ ଆମକୁ ମିଳିମିଶି ନୂଆ କାଶ୍ମୀର ଗଠନ କରିବାକୁ ହେବ। ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, ଶିଖ ସମ୍ପ୍ରଦାୟ ସହିତ ତାଙ୍କର ହୋଇଥିବା ଆଲୋଚନା ବେଶ୍‍ ଭଲ ଥିଲା। ଭାରତର ବିକାଶ ପାଇଁ ସେମାନଙ୍କର ଆଗ୍ରହ ତାଙ୍କୁ ମୁଗ୍ଧ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟ୍ୱିଟ୍ରାରେ ସେ ଆହୁରି କହିଛନ୍ତି ଯେ, କାଶ୍ମୀର ପଣ୍ଡିତମାନଙ୍କ ସହ ଆଲୋଚନା ସ୍ୱତନ୍ତ୍ର ଥିଲା। ସେହିଭଳି ଦାଉଦୀ ବୋହରା ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଭେଟିବାର ସୁଯୋଗ ତାଙ୍କୁ ମିଳିଥିଲା ଏବଂ ସେମାନଙ୍କ ସହ କିଛିସମୟ କଟାଇଥିଲେ। ଏହି ସମ୍ପ୍ରଦାୟ ସାରା ବିଶ୍ୱରେ ପରିଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.