ଜେଟଲିଙ୍କୁ ଭେଟିଲେ ମୋଦୀ; ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ପରାମର୍ଶ

ନୂଆଦିଲ୍ଲୀ : ନିଜର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ନକରିବାକୁ ଜେଟଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାତି ପାଖାପାଖି ୯ଟା ସମୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ବାସଭବନକୁ ଯାଇଛନ୍ତି। ମୋଦୀ ଏହି ସାକ୍ଷାତକାରରେ ଜେଟଲିଙ୍କୁ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କହିପାରନ୍ତି। ଜେଟଲି ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ତାଙ୍କର ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ମନ୍ତ୍ରିମଣ୍ଡଳରେ ସାମିଲ ନକରିବାକୁ କହିଥିଲେ। ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳରେ ମନ୍ତ୍ରୀଭାବେ କାର୍ଯ୍ୟକରି ଗର୍ବ ଅନୁଭବ କରୁଥିବା ମଧ୍ୟ ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

Comments are closed.