ମୋଦୀଙ୍କ ସମ୍ପତ୍ତି ପରିମାଣ ୨.୫କୋଟି

ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ମୋଟ ୨.୫କୋଟି ଟଙ୍କାର ସମ୍ପତ୍ତି ରହିଥିବା ତାଙ୍କ ନିର୍ବାଚନ ସତ୍ୟପାଠରୁ ଜଣାଯାଇଛି। ସତ୍ୟପାଠ ଅନୁଯାୟୀ ମୋଦୀଙ୍କ ନାମରେ ଗୁଜରାଟ ଗାନ୍ଧୀନଗରରେ ଏକ ଆବାସିକ ପ୍ଲଟ ରହିଛି। ୩୫୩୧ ବର୍ଗଫୁଟର ଏହି ପ୍ଲଟର ଦାମ ୧.୧ କୋଟି ଟଙ୍କା। ଏହା ସହିତ ୧.୨୭ କୋଟି ଟଙ୍କା ସ୍ଥାୟୀ ଜମା ଓ ୩୮,୭୫୦ ନଗଦ ଟଙ୍କା ରହିଛି। ମୋଦୀ ତାଙ୍କ ସତ୍ୟପାଠରେ ପତ୍ନୀ ଭାବେ ଯଶୋଦାବେନଙ୍କ ନାମ ଉଲ୍ଲେଖ କରିଛନ୍ତି। ସେହିପରି ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକୋତ୍ତର (ଏମଏ)। ୧୯୮୩ରେ ଗୁଜରାଟ ବିଶ୍ବବିଦ୍ୟାଳୟର ଏମଏ ଡିଗ୍ରୀ ହାସଲ କରିଥିଲେ। ୧୯୭୮ରେ ଦିଲ୍ଲୀ ଦିଲ୍ଲୀ ବିଶ୍ବବିଦ୍ୟାଳୟର ସ୍ନାତକ ଡିଗ୍ରୀ ଓ ୧୯୬୭ରେ ଗୁଜରାଟ ବୋର୍ଡରୁ ମାଟ୍ରିକ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ସବିଶେଷ ସମ୍ପତ୍ତି ତାଲିକା ଅନୁଯାୟୀ ସେ ୨୦ହଜାର ଟଙ୍କା ଟ୍ୟାକ୍ସ ସେଭିଙ୍ଗ ଇନଫ୍ରାରେ ନିବେଶ କରିଛନ୍ତି। ୭.୬୧ ଲକ୍ଷ ଟଙ୍କା ଏନଏସସି, ୧.୯ଲକ୍ଷ ଟଙ୍କା ଏଲଆଇସିରେ ନିବେଶ କରିଛନ୍ତି। ବ୍ୟାଙ୍କ ସଞ୍ଚୟ ଖାତାରେ ୪,୧୪୩ ଟଙ୍କା ଅଛନ୍ତି। ଏହା ସହିତ୪୫ଗ୍ରାମର ୪ଟି ସୁନା ମୁଦି। ମୋଦୀଙ୍କ ରୋଜଗାରର ଉତ୍ସ ହେଉଛି ସରକାରୀ ଦରମା ଓ ବ୍ୟାଙ୍କ ସୁଧ। ପତ୍ନୀଙ୍କ ସମ୍ପତ୍ତି ଓ ରୋଜଗାରର ଉତ୍ସ ଜଣା ନାହିଁ ବୋଲି ​‌େ​‌ଲଖିଛନ୍ତି। ନିଜର ବୃତ୍ତି ସ୍ଥାନରେ କିଛି ଉଲ୍ଲେଖ କରି ନାହାନ୍ତି। ତାଙ୍କ ନାମରେ କୌଣସି ଫୌଜଦାରୀ ମାମଲା ବିଚାରାଧୀନ ନାହିଁ କି ସରକାରଙ୍କ ପାଖରେ କୌଣସି କରଜ ନାହିଁ। ୨୦୧୪ରେ ମୋଦୀ ତାଙ୍କର ସମ୍ପତ୍ତି ପରିମାଣ ୧.୫୬ କୋଟି ଟଙ୍କା ଦର୍ଶାଇଥିଲେ।

Comments are closed.