ଆଜି ଓଡିଶା ଆସୁଛନ୍ତି ମୋଦୀ ଓ ଯୋଗୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଓଡିଶା ଗସ୍ତ କରୁଛନ୍ତି। ସେ ସୁନ୍ଦରଗଡ ଓ ସୋନପୁରର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ସକାଳ ୧୦ଟା୨୫ମିନିଟରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ସୁନ୍ଦରଗଡ ଯିବେ। ଦିନ ୧୧ଟା ସମୟରେ ସେଠାରେ ସାଧାରଣ ସଭାରେ ଯୋଗ ଦେବେ। ସୁନ୍ଦରଗଡ ପରେ ପ୍ରଧାନମନ୍ତ୍ରୀ ସୋନପୁରର ଏକ ସମାବେଶରେ ଯୋଗ ଦେବେ।

ସେହିପରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର କନ୍ଧମାଳ ଜିଲାର ଫୁଲବାଣୀ ଓ ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି। ମଧ୍ୟାହ୍ନ ସାଢେ ୧୨ଟାରେ ଫୁଲବାଣୀ ଯାଇ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ତାପରେ ୨ଟାରେ ବ୍ରହ୍ମପୁରର ଆମ୍ବପୁଆ ବିବେକ ବିହାର ସ୍ଥିତ ପଡିଆ​‌ରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.