ମୀନାକ୍ଷୀ ମନ୍ଦିରରେ ମୋଦୀ

ମଦୁରାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନିର୍ବାଚନ ପ୍ରଚାର ପାଇଁ ତାମିଲନାଡୁ ଓ କେରଳ ଗସ୍ତ କରିବା ଅବସରରେ ମଦୁରାଇର ପ୍ରସିଦ୍ଧ ମୀନାକ୍ଷୀ ସୁନ୍ଦରେଶ୍ବର ମନ୍ଦିର ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପ​ରେ ଏହା ତାଙ୍କର ପ୍ରଥମ ମୀନାକ୍ଷୀ ମନ୍ଦିର ପରିଦର୍ଶନ। ସେଠାରେ ସେ ପାରମ୍ପରିକ ଦକ୍ଷିଣ ଭାରତୀୟ ପୋଷାକ ପିନ୍ଧି ପୂଜାର୍ଚ୍ଚନା କରୁଥିବାର ଫଟୋ ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ ଶୁକ୍ରବାର ମଦୁରାଇଠା​ରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ଜାଲିକାଟ୍ଟୁ କାର୍ଡ ଖେଳିଛନ୍ତି। ଡିଏମକେ ଓ କଂଗ୍ରେସ ମେଣ୍ଟ ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ ଏହି ମେଣ୍ଟର କୌଣସି ବାସ୍ତବ କାର୍ଯ୍ୟକ୍ରମ ନାହିଁ। ୨୦୧୬ରେ କଂଗ୍ରେସ ଏହାର ନିର୍ବାଚନ ଇସ୍ତାହାରରେ ଦକ୍ଷିଣ ଭାରତର ଲୋକପ୍ରିୟ କ୍ରୀଡ଼ା ଜାଲିକାଟ୍ଟୁକୁ ନିଷିଦ୍ଧ କରିବା ପାଇଁ ଘୋଷଣା କରିଥିଲା; କିନ୍ତୁ କେନ୍ଦ୍ର ସରକାର ଓ ଏଆଇଡିଏମକେ ଉଦ୍ୟମକ୍ରମେ ମଦୁରାଇରେ ଏହି ଖେଳ ସମ୍ଭବ ହୋଇଥିଲା। ଏଆଇଏଡିଏମ୍‌କେ ଓ ବିଜେପି ସର୍ବଦା ଲୋକଙ୍କ ସହିତ ରହିଥିବା ମୋଦୀ କହିଥିଲେ।

Comments are closed.