ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଗଲା ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନ ‘ନିଶାନ ଇଜ୍ଜୁଦ୍ଦୀନ’

ନୂଆଦିଲ୍ଲୀ . – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାପରେ ପ୍ରଥମ ବିଦେଶ ଯାତ୍ରାରେ ମାଳଦ୍ୱୀପରେ ପହଞ୍ଚିଛନ୍ତି । ମାଳଦ୍ୱୀପ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା । ମୋଦୀଙ୍କୁ ମାଳଦ୍ୱୀପର ବିଦେଶମନ୍ତ୍ରୀ ଅବଦୁଲା ଶାହିଦ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନ ରୁଲ ଅଫ୍‌ ନିଶାନ ଇଜ୍ଜୁଦ୍ଦିନରେ ସମ୍ମାନିତ କରାଯାଇଛି । ରୁଲ୍‌ ଅଫ୍‌ ନିଶାନ ଇଜ୍ଜୁଦ୍ଦୀନ ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନ । ଏହାକୁ ମାଳଦ୍ୱୀପର ନାଗରିକଙ୍କ ସହ ବିଦେଶୀମାନଙ୍କୁ ବି ପ୍ରଦାନ କରାଯାଇଥାଏ।

Comments are closed.