ଜାପାନ ସହଯୋଗରେ ୫ଟ୍ରିଲିୟନ୍‍ ଅର୍ଥବ୍ୟବସ୍ଥା ହୋଇପାରିବ ଭାରତ : ମୋଦୀ

ଟୋକିଓ : ଜାପାନରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଜାପାନରେ ବାସ କରୁଥିବା ଭାରତୀୟ ସମୁଦାୟଙ୍କୁ ଭେଟିଛନ୍ତି । ଏହି ସୌଜନ୍ୟ ମୂଳକ ସାକ୍ଷାତ ଅବସରରେ ଜାପାନ ଏବଂ ଭାରତ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ ମୋଦୀ । ଯେତେବେଳେ ବିଶ୍ୱ ସମୁଦାୟରେ ଭାରତର ସମ୍ପର୍କ କଥା ଆସେ ସେତେବଳେ ଜାପାନ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କ ଚର୍ଚ୍ଚାରେ ରହିଥାଏ । ଉଭୟ ଦେଶ ଜଣେ ଅନ୍ୟ ଜଣଙ୍କ ସଂସ୍କୃତି ଏବଂ ପରମ୍ପରାକୁ ବେଶ ସମ୍ମାନ ଦିଅନ୍ତି । ଜାପାନ ସହଭାଗୀତାରେ ଭାରତ ୫ଟ୍ରିଲିୟନ୍‍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଜାପାନ ଏବଂ ଭାରତ ମଧ୍ୟରେ ବାଣିଜ୍ୟ କାରବାରକୁ ଆହୁରି ମଜଭୁତ କରାଯିବା ସହ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେଇଛନ୍ତି । ମାଧ୍ୟମରେ ଦ୍ବିପାକ୍ଷିକ  ଏହି ଅବସରରେ ସେଠାରେ ଉପସ୍ଥ୍ତ ଥିବା ଭାରତୀୟ ମାନେ ‘ବନ୍ଦେ ମାତରମ୍‍’ , ‘ଜୟ ଶ୍ରୀରାମ’ ନାରାରେ ଗୃହକୁ ପ୍ରକମ୍ପିତ କରିଥିଲେ । ଆଗାମୀ ଦିନରେ ଭାରତ ସହିତ ଜାପାନର ସମ୍ପର୍କ ଆହୁରି ମଜଭୁତ ତଥା ସୁଦୃଢ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ।

Comments are closed.