ମୋଦୀଙ୍କୁ ଅଖିଳେଶଙ୍କ ତାତ୍ସଲ୍ୟ – ଐତିହାସିକ ଅଧୋଗତିରେ ବିଜେପିର ରେକର୍ଡ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି, ବିଜେପି ସରକାର ଜିଡିପି ହ୍ରାସ ସହ ରାଜନୈତିକ ନୈତିକତାର ଅଧୋଗତିରେ ଭାରତ ଇତିହାସରେ ରେକର୍ଡ ସୃଷ୍ଟି କରିଛି। ସେ ଟ୍ୱିଟ କରି କହିଛନ୍ତି, ସ୍ୱାଧୀନ ଭାରତ ଇତିହାସରେ କେନ୍ଦ୍ରର ବିଜେପି ସରକାର ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ନିମ୍ନଗାମୀ ହେବ ସହ ଲୋକଙ୍କ ସ୍ୱପ୍ନକୁ ଧୂଳିସାତ କରିଛି।

ଜିଡିପି ଅଭିବୃଦ୍ଧି ୪.୫କୁ ହ୍ରାସ ପାଇବା ପରେ ସମାଜବାଦୀ ପାର୍ଟି ସୁପ୍ରିମୋ କହିଛନ୍ତି ଗତ ୬ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ଓ ମହାରାଷ୍ଟ୍ରରେ ସରକାର ଗଠନରେ ବିଜେପି ନେତୃତ୍ୱାଧୀନ ମେଣ୍ଟର ବିଫଳତା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଏହି ଜିଡିପି ଅଭିବୃଦ୍ଧି ହାର ୨୦୧୮ ଜୁଲାଇରୁ ସେପ୍ଟେମ୍ବର ସୁଦ୍ଧା ୭ ପ୍ରତିଶତ ଓ ୨୦୧୯ ଏପ୍ରିଲରୁ ଜୁନ ମଧ୍ୟରେ ୫ ପ୍ରତିଶତ ରହିଥିବା ସୂଚନା ମିଳିଛି।

Comments are closed.